ଗୁରୁବାରଠୁ ରାଜ୍ୟରେ ବଢିବ କୁହୁଡ଼ି, କମିବ ଶୀତ
12/01/2023 at 1:40 PM

ଭୁବନେଶ୍ୱର ୧୨।୦୧ : ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି। ଫଳରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟବାଷ୍ପ ପ୍ରବେଶ କରୁଛି। ଯାହାକୁ ନେଇ ଆଜିଠାରୁ ରାଜ୍ୟରେ କୁହୁଡି ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଚି। ଏହା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୩ଟି ସ୍ଥାନ ରହିଛି। ଜି.ଉଦୟଗିରିରେ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ାରେ ୬.୪ ଡିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ, କୋରାପୁଟରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୮ ଡିଗ୍ରୀ, କିରେଇରେ ୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, ଚିପିଲିମାରେ ୯.୨ ଡିଗ୍ରୀ, ନବରଙ୍ଗପୁରରେ ୯.୪ ଡିଗ୍ରୀ, ରାଣୀତାଲରେ ୧୦ ଡିଗ୍ରୀ, ନୟାଗଡ଼ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
