Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଥଣ୍ଡାରୁ ମିଳିବ ତ୍ରାହି, ମଙ୍ଗଳବାରଠୁ ରାଜ୍ୟରେ କମିବ ଶୀତ

10/01/2023 at 7:58 AM

ଭୁବନେଶ୍ୱର ୧୦।୦୧ : ରାଜ୍ୟରେ ଆଜି ଠାରୁ କମିବ ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢ଼ିଯିବ । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି।

ସେହିଭଳି ରାଜ୍ୟରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଉପକୂଳ ଓଡ଼ିଶାରେ ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରା ତିନି ଡିଗ୍ରୀ ବଢ଼ିବ । ପର ଦୁଇ ଦିନ ଆଉ ତିନି ଡିଗ୍ରୀ କମିବ । ଫଳରେ ଶୀତ କମିବ ବୋଲି ସେ କହିଛନ୍ତି । ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ରହିବ । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତ୍‌ସିଂହପୁରରେ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ମୁତାବିକ, କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ସୋମବାର ବି ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ରାତି ତାପମାତ୍ରା ୩.୭ ଡିଗ୍ରୀ ରହିଛି । ଗତକାଲି ତୁଳନାରେ ଏଠାରେ ତାପମାତ୍ରା ୨ ଡିଗ୍ରୀ ବଢ଼ିଛି । ତଥାପି ଜାଡ଼ରୁ ନିସ୍ତାର ମିଳିନି । ଅସହ୍ୟ ଶୀତ ସମସ୍ତଙ୍କୁ କଲବଲ କରିଛି ।

ରାଜ୍ୟରେ ୧୫ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସିମିଳିଗୁଡ଼ା ପରେ କିରେଇରେ ରାତି ତାପମାତ୍ରା ୪.୩ ଡିଗ୍ରୀ ରହିଛି । ଫୁଲବାଣୀରେ ୪.୯, ଜି. ଉଦୟଗିରିରେ ୫, କୋରାପୁଟରେ ୬.୫, ସୁନ୍ଦରଗଡ଼ରେ ୭, ଭବାନୀପାଟଣାରେ ୭.୫, ଦାରିଙ୍ଗିବାଡ଼ିରେ ୭.୫, ଢେଙ୍କନାଳରେ ୭.୫, ଝାରସୁଗୁଡ଼ାରେ ୭.୮, କେନ୍ଦୁଝରରେ ୮.୪, ବଲାଙ୍ଗୀରରେ ୮.୮, ସୋନପୁରରେ ୯.୧ ଓ ମହିଷାପାଟରେ ତାପମାତ୍ରା ୯.୮ ଡିଗ୍ରୀ ରହିଛି । ଗତକାଲି ତୁଳନାରେ ଆଜି କିଛି ସ୍ଥାନରେ ତାପମାତ୍ରା ୧ରୁ ନେଇ ୨ ଡିଗ୍ରୀ ଯାଏ କମିଛି । ଆଉ କିଛି ସ୍ଥାନରେ ତାପମାତ୍ରା ପୁଣି ଖସିଛି । ଭବାନୀପାଟଣାରେରେ ଗତକାଲି ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ଥିବାବେଳେ ସୋମବାର ଏଠାରେ ୭ ଡିଗ୍ରୀ ରହିଛି ।

   Related Posts