ଥଣ୍ଡାର ଥରୁଛି ସାରା ଓଡ଼ିଶା, ୧୩ ଡ଼ିଗ୍ରୀକୁ ଖସିଲାଣି ପାରଦ
9/01/2023 at 7:55 AM

ଭୁବନେଶ୍ୱର ୦୯।୦୧ : ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ଜନ ଜୀବନ। ସବୁଠି ପ୍ରବଳ ଶୀତର ଅନୁଭବ।
ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ଶୀତରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହଇପଡ଼ିଥି। ଉପକୂଳ ଭଦ୍ରକ ଜିଲ୍ଲାରେ ରାତିର ତାପମାତ୍ରା ପ୍ରାୟ ୧୩ ଡିଗ୍ରୀ ଅନୁଭୂତ ହେଉଛି । ସକାଳ ଖରା ନ ଆସିବା ପର୍ଯ୍ୟନ୍ତ ଲୋକେ ଘରୁ ଗୋଡ଼ କାଢୁ ନାହାନ୍ତି । ଦୋକାନ ବଜାର ମଧ୍ୟ ଡେରିରେ ଖୋଲୁଥିବା ବେଳେ ଚାହା ଦୋକାନ ଗୁଡିକରେ ଭିଡ଼ ଜମୁଛି । ଲୋକେ ଶୀତ ରୁ ମୁକ୍ତି ପାଇଁ ନିଆଁର ସାହାରା ନେଉଛନ୍ତି । ସୁନ୍ଦରଗଡରେ ମଧ୍ୟ ଅସହ୍ୟ ଥଣ୍ତା ଅନୁଭୂତ ହୋଇଛି। ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡି ସହ କାକର ଦେଖିବାକୁ ମିଳିଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023