ରାଜ୍ୟରେ ବଢିବ ଶୀତ, ୩ରୁ୪ ଡିଗ୍ରୀ ଖସିବ ତାପମାତ୍ରା
4/01/2023 at 1:28 PM

ଭୁବନେଶ୍ୱର ୦୪।୦୧ : ଥରିବେ ଲୋକେ । ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଆଗାମୀ ୨୪ ଘଣ୍ଟାରେ ବଢିବ ଶୀତ । ଏହି ସମୟରେ ରାତିର ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରୀ ଖସିବ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ବଢିବ ଶୀତ!!
— Meteorological Centre, Bhubaneswar (@mcbbsr) January 4, 2023
ଆଗାମୀ ୨୪ ଘଣ୍ଟା ପରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଖସିବ ରାତ୍ରି ତାପମାତ୍ରା ବଢିବ ଶୀତର ପ୍ରକୋପ !!! pic.twitter.com/3KhEC9pLZq
ସେହିପରି ଟ୍ଵିନ ସିଟି ଭୁବନେଶ୍ଵରରେ ୧୬.୮ ଡିଗ୍ରୀ ଏବଂ କଟକରେ ୧୬.୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ପୂର୍ବରୁ ମଧ୍ୟ ୬ ତାରିଖରୁ ରାଜ୍ୟରେ ସାମୟିକ ଭାବେ ଶୀତ ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023