ନୂଆବର୍ଷ ଦିନ ଶୀତ କମିବ, ଦକ୍ଷିଣ ଓଡିଶାରେ ରହିବ କୁହୁଡିର ପ୍ରଭାବ
29/12/2022 at 7:50 AM

ଭୁବନେଶ୍ୱର ୨୯।୧୨ : ନୂଆବର୍ଷ ଦିନ ଶୀତର ପ୍ରଭାବ କମିଯିବ । କମ୍ ଶୀତ ଅନୁଭୂତ ହେବ । ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁ ନୂଆବର୍ଷ ସହ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଶୀତର ପ୍ରକୋପ ରହିବନି । ସେପଟେ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ବୁଧବାର ରାଜ୍ୟର କିଛି ସ୍ଥାନରେ ରାତିର ତାପମାତ୍ରା ଅସ୍ୱାଭାବିକ ଭାବେ ବଢିଛି । ଚାନ୍ଦବାଲିରେ ୨୨ଡିଗ୍ରୀ, ପାରାଦୀପରେ ୨୩.୨, ଗୋପାଳପୁରରେ ୨୧.୫, ପୁରୀରେ ୨୪, ଖୋର୍ଦ୍ଧାରେ ୨୧ ଓ ଜଗତସିଂହପୁରରେ ୨୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏ ସବୁ ସ୍ଥାନରେ ରାତିରେ କ୍ୱଚିତ୍ ଶୀତ ଅନୁଭୂତ ହୋଇଛି । ସେହିଭଳି ଅଧିକାଂଶ ଜିଲ୍ଲାରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023