suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳ ଶୀତ, ୨୪ ପରେ କମିବ ଜାଡ଼

21/12/2022 at 8:12 AM

ଭୁବନେଶ୍ୱର ୨୧।୧୨ : ରାଜ୍ୟରେ ଦୁଇ ଦିନ ଧରି ଅସମ୍ଭାଳ ଜାଡ଼ ହେଉଛି । ଏଭଳି ଜାଡ଼ରେ ସାମୟିକ ବ୍ରେକ୍ ଲାଗିବ । ବୁଧବାରଠାରୁ ରାଜ୍ୟରେ କ୍ରମଶଃ ଶୀତ କମିବ । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ଆସ୍ତେ ଆସ୍ତେ ଶୀତ କମିବ । ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଶୀତ କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏଥିପାଇଁ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପ୍ରଫେସର ଡ. ପଶୁପାଳକ କହିଛନ୍ତି, ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଉତ୍ତରରେ କିଛି ମାତ୍ରାରେ ଶୀତ କମିବ । ୨୪ ସୁଦ୍ଧା ଏସବୁ ସ୍ଥାନରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିପାରେ । ଏହାର ପ୍ରଭାବରେ ଶୀତ ସାମାନ୍ୟ କମିପାରେ । କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ୨୩ରୁ ରାତି ତାପମାତ୍ରା ବଢ଼ିବ । ୨୪ରୁ ୨୭ ଯାଏ ଉପକୂଳରେ ଘନ କୁହୁଡ଼ିର ଆଶଙ୍କା ଅଛି । ୨୫ ଓ ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହୋଇପାରେ । ୨୭ ତାରିଖଠାରୁ ଆଭ୍ୟନ୍ତରରେ ଓ ୨୮ରୁ ଦକ୍ଷିଣ ଉପକୂଳରେ ଭାରୀ ଶୀତ ଅନୁଭୂତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ରାଜ୍ୟକୁ ସାମୁଦ୍ରିକ ଶୁଷ୍କ ବାୟୁ ପ୍ରବେଶ କରିବ । ଏହାର ପ୍ରଭାବରେ ଶୀତ ଧୀରେ ଧୀରେ କମିବ । ମଙ୍ଗଳବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ ହୋଇଛି ।

   Related Posts