ମାଡ଼ି ଆସିଲା ଜାଡ଼ : ୧୦ ଡିଗ୍ରୀ ତଳେ ୧୧ ସହର, ଆହୁରି ୩ଦିନ ବଢିବ ଶୀତ
20/12/2022 at 7:25 AM

ଭୁବନେଶ୍ୱର ୨୦।୧୨ : ମାଡି ଆସିଲା ଜାଡ଼। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ହିମାଳୟ ପଟୁ କାଲୁଆ ପବନ ବୋହିବା ଯୋଗୁଁ ଦକ୍ଷିଣରୁ ଉତ୍ତର ଯାଏ ସବୁଠି ଶୀତର ପ୍ରକୋପ ବଢିଛି । ଅଚାନକ ଦିନକ ଭିତରେ ରାତି ତାପମାତ୍ରା ୨ରୁ ୪.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଛି ।
ତେବେ ଜି. ଉଦୟଗିରିରେ ରାତି ତାପମାତ୍ରା ୫ଡିଗ୍ରୀକୁ ଖସିଯାଇଛି । କୋରାପୁଟ ସିମିଳିଗୁଡାରେ ରାତି ତାପମାତ୍ରା ୭ ଡିଗ୍ରୀରେ ପହଁଞ୍ଚିଛି । ୨୪ ଘଣ୍ଟା ଭିତରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ କମିଯାଇଛି । ସେହିପରି କେନ୍ଦୁଝରରେ ୭.୬, ଫୁଲବାଣୀରେ ୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାତି ତାପମାତ୍ରା ଯେତିକି ରହିବା କଥା ସବୁଠି ତାଠାରୁ କମ୍ ରହିଛି ।
ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଉତ୍ତର ଭାରତପଟୁ କାଲୁଆ ପବନ ପ୍ରବାହିତ ହେଉଛି। ଏହା ହିଁ ରାଜ୍ୟର ତାପମାତ୍ରା ଖସାଉଛି । ଏଭଳି ସ୍ଥିତି ଆହୁରି ତିନି ଦିନ ଧରି ରହିବ। ବର୍ତ୍ତମାନ ଶୀତ ଏଭଳି ଜାରି ରହିବ । ୩ରୁ ୪ଦିନ ପରେ ତାପମାତ୍ରା ସାମାନ୍ୟ ବଢିପାରେ । କିଛିଦିନ ହେବ ଶୀତ ଗାଏବ ହୋଇଥିବା ବେଳେ ପାଖାପାଖି ୩ ଦିନ ହେବ ଥଣ୍ଡା ବଢିବାରେ ଲାଗିଛି। କିଛି କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ଭିଜିବିଲିଟି କମ୍ ଯୋଗୁଁ ଯାତାୟତରେ ବାଧା ଉପୁଜୁଛି।