ଭୁବନେଶ୍ୱର ୧୯।୧୨ : ସାମୁଦ୍ରିକ ବାୟୁ ପ୍ରବାହ ଗତି ବଢୁଥିବାରୁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୦ ତାରିଖରେ ରାଜ୍ୟରେ ଶୀତ ଆହୁରି ବଢ଼ିବ । ଉତ୍ତର ଭାରତରୁ ଅଧିକ ଥଣ୍ଡା ପବନ ବହିବ । ପୂରା ରାଜ୍ୟରେ ଶୀତରେ ଥରିବ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।
ସେହିପରି ଜି.ଉଦୟଗିରିରେ ଅସହ୍ୟ ଥଣ୍ଡାରେ ରହୁଛି । ଏଠାରେ ରାତି ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି । କିରେଇରେ ୮ଡିଗ୍ରୀ, ଝାରସୁଗୁଡ଼ାରେ ୯.୨, କେନ୍ଦୁଝରରେ ୯.୮, ଫୁଲବାଣୀରେ ୧୦, ସୁନ୍ଦରଗଡ଼ରେ ୧୦, ରାଣୀତାଳରେ ୧୦.୮, କୋରାପୁଟରେ ୧୧, ସିମିଳିଗୁଡ଼ାରେ ୧୧.୬, ବାରିପଦାରେ ୧୨, ଭବାନୀପାଟଣାରେ ୧୨, ମହିଷାପାଟରେ ୧୨.୨, ବାଲେଶ୍ୱରରେ ୧୨.୬, ବରଗଡ଼ରେ ୧୨.୮, ସମ୍ବଲପୁରରେ ୧୨.୯, ଦାରିଙ୍ଗିବାଡ଼ିରେ ୧୩, ସୋନପୁରରେ ୧୩, କଟକରେ ୧୩.୪, ବୌଦ୍ଧରେ ୧୩.୫, ଭୁବନେଶ୍ୱରରେ ୧୩.୬, ଚାନ୍ଦବାଲିରେ ୧୩.୯, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ ଆସନ୍ତା ଦୁଇରୁ ତିନି ଦିିନ ଯାଏ ରାଜ୍ୟର ରାତି ତାପମାତ୍ରାରେ ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି । ଉତ୍ତର ଓଡ଼ିଶାରେ ଅଧିକ ଥଣ୍ଡା ରହିବ ବୋଲି ସେ କହିଛନ୍ତି । ତେବେ ସୋମବାର କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି ଓ କୋରାପୁଟ ଜିଲ୍ଲାରେ ଅଧିକ କୁହୁଡ଼ି ପଡ଼ିବ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।