ରାଜ୍ୟରେ କମିଛି ଶୀତ, ବିଭିନ୍ନ ସହରର ତାପମାତ୍ରା ୧୬-୧୭ ଡିଗ୍ରୀ ଉପରେ..

Published By : Prameya-News7 Bureau | December 13, 2022 IST

ଭୁବନେଶ୍ୱର ୧୩।୧୨ : ରାଜ୍ୟରେ ଶୀତ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ କମ୍‌ ଶୀତ ଅନୁଭୂତ ହୋଇଛି । ବିଭିନ୍ନ ସହରର ତାପମାତ୍ରା ୧୬-୧୭ ଡିଗ୍ରୀ ଉପରେ ରହିଛି । ୮ଟି ସହରକୁ ଛାଡ଼ି ବାକି ସବୁଠି ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ  କଟକରେ ସକାଳୁ କୁହୁଡ଼ି ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୋମବାର ସୁନ୍ଦରଗଡ଼ ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୧୩.୫, ନୟାଗଡ଼ରେ ୧୪, କୋରାପୁଟରେ ୧୪.୫, ବାରିପଦାରେ ୧୪.୫, ବଲାଙ୍ଗୀରରେ ୧୪.୭, ବାଲେଶ୍ୱରରେ ୧୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ରାତି ତାପମାତ୍ରା ବଦଳିବନି । ପରବର୍ତ୍ତୀ ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.