ଜାଡରୁ ମିଳିବ ଆଶ୍ୱସ୍ତି, ୨ ଦିନ ମଧ୍ୟରେ କମିବ ଶୀତ

Published By : Prameya-News7 Bureau | December 11, 2022 IST

ଭୁବନେଶ୍ୱର ୧୧।୧୨: ରାଜ୍ୟରେ ଆସନ୍ତା ୨ଦିନ ମଧ୍ୟରେ ଶୀତର ପ୍ରକୋପ କମିବ । ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାଜ୍ୟର କିଛି ସ୍ଥାନରେ ବର୍ଷା ଯୋଗୁଁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ରାଜ୍ୟରେ ୭ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରବିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏଥିସହ ଆସନ୍ତା ୨ରୁ ତିନି ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ଫଳରେ ଶୀତ କମିବାର ସମ୍ଭାବନା ରହିଛି । ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ।

ବାତ୍ୟା ମେଣ୍ଡାସ୍‌ ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବରେ ଚେନ୍ନାଇର ମେରାଇନ୍‌ ଡ୍ରାଇଭ୍‌ ରୋଡରେ ଜୋର ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ଶୁକ୍ରବାର ରାତି ପ୍ରାୟ ସାଢ଼େ ୧ଟାରେ ତାମିଲନାଡୁ ମାମଲ୍ଲାପୁରମ୍‌ ନିକଟରେ ଏହା ସ୍ଥଳଭାଗ ଛୁଇଁଥିଲା ।

ଶନିବାର ବୌଦ୍ଧ ଓ କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରହିଥିଲା । ସେହିପରି ଦାରିଙ୍ଗବାଡ଼ି ୧୨, ନବରଙ୍ଗପୁର ୧୩ ଡିଗ୍ରୀ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.