ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର ୩୦।୧୧ :  ଶୀତରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ଥିବା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାର ଆଉ ୩ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳକୁ ରହିଛି।

ସେହିପରି ଜି. ଉଦୟଗିରି, ଫୁଲବାଣୀ ଓ ଦାରିଙ୍ଗବାଡ଼ି। ଜି. ଉଦୟଗିରିର ତାପମାତ୍ରା ୯ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୯.୫ ରହିଥିଲା। ଏଥିସହ ରାଜ୍ୟର ଆଉ ୪ ସହରର ତାପମାତ୍ରା ୧୦ ଡିଗ୍ରୀ ବା ଏହାର ପାଖାପାଖି ରହିଛି। ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଥିଲା । କୋରାପୁଟରେ ୧୦.୨ ଡିଗ୍ରୀ ଓ ବୌଦ୍ଧରେ ୧୦.୫ ଡିଗ୍ରୀ ପାରଦ ରହିଥିବା ରେକର୍ଡ ହୋଇଛି। ରାଜ୍ୟରେ ଶୀତ ପ୍ରଭାବ ଗତକାଲି ଅପେକ୍ଷା ଆଜି କମ୍ ରହିଛି। ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗକୁ ଶୀତ ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ରାଜ୍ୟରେ ଆଜିଠାରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.