ଖସୁଛି ପାରଦ, ବଢିଲା ଶୀତ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା

Published By : Prameya-News7 Bureau | November 16, 2022 IST

ଭୁବନେଶ୍ୱର ୧୬।୧୧ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା। ଥଣ୍ଡାରେ ଥରୁଛି ଜି .ଉଦୟଗିରି । କନ୍ଧମାଳ ଜି.ଉଦୟଗିରିରେ ପାରଦ ଖସି ୭.୨ ଡିଗ୍ରୀକୁ ଚାଲି ଆସିଛି । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।ଫୁଲବାଣୀ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ତାପମାତ୍ରା ୯ ଡିଗ୍ରୀ ଥିବା ରେକର୍ଡ ହୋଇଛି । ଦାରିଙ୍ଗବାଡିରେ ୧୧ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ ହୋଇଛି । ରାଜ୍ୟରେ ୩ ଦିନ ହେଲା ସ୍ବାଭାବିକ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସ୍ବାଭାବିକରୁ ଅଢ଼େଇ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଏବଂ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡାବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି। ତେବେ ଆଗାମି ୩ରୁ ୪ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି , କୋରାପୁଟ ଓ ମାଲକାନଗିରର କିଛି କିଛି ସ୍ଥାନରେ ସକାଳେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.