Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ରାଜ୍ୟରେ ବଢିବ ଶୀତର ପ୍ରକୋପ, ୨ ଦିନରେ ୪ ଡିଗ୍ରୀ ଖସିବ ପାରଦ

11/11/2022 at 7:47 AM

ଭୁବନେଶ୍ୱର ୧୧।୧୧ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ସମଗ୍ର ରାଜ୍ୟରେ ଥଣ୍ଡା ଅନୁଭବ ହେବ ।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା । ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ କୋହଲା ପାଗ ରହୁଥିଲା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଛି । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁବାର ବୌଦ୍ଧରେ ତାପମାତ୍ରା ସର୍ବନିମ୍ନ ୧୩.୫ ଡିଗ୍ରୀ ତଳେ ରହିଛି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାତ୍ର ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।

   Related Posts