ରାଜ୍ୟରେ ମଙ୍ଗଳବାରଠାରୁ କମିବ ବର୍ଷା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ କାଁ ଭାଁ ବର୍ଷା

Published By : Prameya-News7 Bureau | October 11, 2022 IST

ଭୁବନେଶ୍ୱର ୧୧।୧୦: ରାଜ୍ୟରେ ମଙ୍ଗଳବାରଠାରୁ ବର୍ଷା କମିଯିବ । ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଠାଏ ଠାଏ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ସମ୍ଭାବନା କମ୍‌ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି ।

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଗୋପାଳପୁରରେ ୩୫, ନୟାଗଡରେ ୨୦, ଦାରିଙ୍ଗିବାଡିରେ ୧୬ମିମି ବର୍ଷା ହୋଇଛି । ତେବେ ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗଞ୍ଜାମର ପାତ୍ରପୁରରେ ୬୦.୨, ମୟୂରଭଞ୍ଜ ଜାମ୍‌ଡାରେ ୫୬, ଗଜପତି ପାରଳାଖେମୁଣ୍ଡିରେ ୫୨.୮, ଗୋଷାଣୀରେ ୪୫, ବ୍ରହ୍ମପୁରରେ ୪୫, ପୁରୀ କୃଷ୍ଣପ୍ରସାଦରେ ୪୨, ଖୋର୍ଦ୍ଧା ବାଣପୁରରେ ୪୧, ରଙ୍ଗେଇଲୁଣ୍ଡାରେ ୪୦, ବୌଦ୍ଧର ହରଭଙ୍ଗାରେ ୩୮ ଓ ପୁରୀ ଅସ୍ତରଙ୍ଗରେ ୩୩ମିମି ବର୍ଷା ହୋଇଛି । ଚଳିତ ଅକ୍ଟୋବର ମାସର ୧୦ ଦିନ ଭିତରେ ରାଜ୍ୟରେ ପ୍ରାୟ ୮୦ ମିମି ବର୍ଷା ହୋଇ ସାରିଲାଣି । ଘୂର୍ଣ୍ଣିବଳୟ ପ୍ରଭାବରୁ ବର୍ଷା ଲାଗି ରହିଛି ।

୧୧ରୁ ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୧୨ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡିଶାରେ କାଁ ଭାଁ ବର୍ଷା ହୋଇପାରେ । କିିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହୁଛି । କିନ୍ତୁ ଅଧିକ ବର୍ଷାର ଆଶଙ୍କା ନାହିଁ । ୧୩ ଓ ୧୪ରେ ଆଦୌ ବର୍ଷା ସମ୍ଭାବନା ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.