ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମଙ୍ଗଳବାରଠୁ ତିନି ଦିନ ଯାଏଁ ଶୁଖିଲା ରହିବ ପାଗ, କାଁ ଭାଁ ବର୍ଷା

10/10/2022 at 7:45 AM

ଭୁବନେଶ୍ୱର ୧୦।୧୦ : ରାଜ୍ୟରେ ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ରୁ ୧୩ ତିନି ଦିନ ବିଶେଷ ବର୍ଷା ହେବନି । କାଁ ଭାଁ କେଉଁଠି ଛିଞ୍ଚିପାରେ । ହେଲେ ବିସ୍ତୃତ ବର୍ଷା ନାହିଁ । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ରବିବାର ପାରଳାଖେମୁଣ୍ଡିରେ ୨୦.୨ମିଲିମିଟର, ତାଳଚେରରେ ୧୨, ନୟାଗଡରେ ୧୨, ଖୋର୍ଦ୍ଧାରେ ୧୦, ପାରାଦୀପରେ ୬.୭, ଗୋପାଳପୁରରେ ୬ମିମି ବର୍ଷା ହୋଇଛି ।

   Related Posts