AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

୮ରେ ସୃଷ୍ଟି ହେବ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା

7/09/2022 at 7:35 AM

ଭୁବନେଶ୍ୱର ୦୭।୦୯ : ଆସନ୍ତା ୮ ତାରିଖରେ ରାଜ୍ୟରେ ଲଘୁଚାପ ସୃୃଷ୍ଟି ହେବ । ମଙ୍ଗଳବାର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର (ଆନ୍ଧ୍ର ଉପକୂଳ)ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବୁଧବାର ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ ୪ ଦିନ ବର୍ଷିବ । ରାଜ୍ୟରେ ୧୦ ତାରିଖ ଯାଏ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୭ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୮ରେ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ରେ ନବରଙ୍ଗପୁର, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭଦ୍ରକ, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୦ରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିଭଳି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ମଧ୍ୟାହ୍ନ ପୂର୍ବରୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଲଘୁଚାପ ହେବ । କ୍ରମଶଃ ଏହା ଆନ୍ଧ୍ର ଉପକୂଳକୁ ମୁହାଁଇବ । ୯ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରି ପଶ୍ଚିମ ଆଡ଼କୁ ଗତି କରିବ । ସମୁଦ୍ରରେ ଥିବାବେଳେ ଘଣ୍ଟାକୁ ୬୦କିମି ବେଗରେ ପବନ ବହିବ । ମଝିରେ ମଝିରେ ୭୦ରୁ ୭୫ କିମି ବେଗରେ ପବନ ଝଟ୍‌କା ଦେଇପାରେ । କିନ୍ତୁ ସ୍ଥଳଭାଗରେ ବେଶି ପବନ ରହିବନି ବୋଲି ସେ ଆକଳନ ଲଗାଇଛନ୍ତି ।

   Related Posts