oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୁଧବାର ରାଜ୍ୟରେ ପ୍ରବଳ ବର୍ଷା, ମତ୍ସଜୀବୀକୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

10/08/2022 at 7:46 AM

ଭୁବନେଶ୍ୱର ୧୦।୦୮: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ଅବପାତ ରୂପ ନେଇଛି । ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ ଏହି ଅବପାତ ପ୍ରଭାବରେ ବୁଧବାର ରାଜ୍ୟରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ଛେଚିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ସତର୍କ କରାଇଛି । କିନ୍ତୁ ବୁଧବାର ଛତିଶଗଡ଼ରେ ପହଞ୍ଚିବା ପରେ ଏହି ଅବପାତ ଦୁର୍ବଳ ହୋଇଯିବ ବୋଲି ସାନି ପୂର୍ବାନୁମାନ କରାଯାଇଛି ।

ଉପକୂଳ ଓଡ଼ିଶା ଉପରେ ଅବପାତ ସୃଷ୍ଟି ହୋଇଥିବାରୁ ପ୍ରବଳ ବର୍ଷା ସହ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ମତ୍ସଜୀବୀମାନେ ୧୧ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ବୁଧବାର ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

୧୧, ୧୨ ଓ ୧୩ ତାରିଖରେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିି କରାଯାଇଛି । ୧୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଯାଜପୁର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଗତ ତିନି ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ।

ମଙ୍ଗଳବାର ବି ଦିନତମାମ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ସର୍ବାଧିକ ୧୬୧ ମିଲିମିଟର ବର୍ଷା ହୋଇଛି । ନୟାଗଡ଼ ଜିଲ୍ଲା ଭାପୁରରେ ୧୬୦, ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୧୪୨, ଗଜପତି ଜିଲ୍ଲା ନୂଆଗଡ଼ରେ ୧୪୧, ସାନଖେମୁଣ୍ଡିରେ ୧୩୬, ପାତ୍ରପୁରରେ ୧୨୮, ଗଞ୍ଜାମରେ ୧୨୮ ଓ ବ୍ରହ୍ମପୁରରେ ୧୧୪ ମିମି ବର୍ଷା ହୋଇଛି । ରାଜ୍ୟର ୮ଟି ସ୍ଥାନରେ ୧୧୫ରୁ ୨୦୪ମିମି ବର୍ଷା ହୋଇଛି । ୪୪ଟି ସ୍ଥାନରେ ୬୪ରୁ ୧୧୫ମିମି ବର୍ଷା ହୋଇଛି ।

ମଙ୍ଗଳବାର ସକାଳୁ ସନ୍ଧ୍ୟା ଭିତରେ ଅନୁଗୁଳରେ ୯୭ମିମି, ସମ୍ବଲପୁରରେ ୭୭.୮, ଭବାନୀପାଟଣାରେ ୫୬.୪, ବଲାଙ୍ଗୀରରେ ୪୭.୨, ଯାଜପୁରରେ ୪୨, କେନ୍ଦୁଝରରେ ୩୮.୪, ହୀରାକୁଦରେ ୩୮, ସୋନପୁରରେ ୩୭, ଭଦ୍ରକରେ ୩୫, ତାଳଚେରରେ ୩୦ମିମି ଓ ବୌଦ୍ଧରେ ୨୨.୪ମିମି ବର୍ଷା ହୋଇଛି ।

ପ୍ରବଳ ବର୍ଷା ଲାଗି ରହିଥିବାରୁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୩୨୬ନଂ ଜାତୀୟ ରାଜପଥରେ ଥିବା କାଙ୍ଗୁରୁକୁଣ୍ଡା ବ୍ରିଜ୍‌ ବୁଡ଼ି ଯାଇଛି । ଏହାଫଳରେ ମାଲକାନଗିରିରୁ ମୋଟୁ ଓ କାଲିମେଳା ବିଚ୍ଛିନ୍ନ ହୋଇଯାଇଛି । ସେହିଭଳି ସାବେରୀ ନଦୀ ଜଳସ୍ତର ବଢ଼ିବା ଯୋଗୁ କାଲେରୁ ବ୍ରିଜ୍‌ ଉପରେ ପାଣି ଚାଲୁଛି । ଏଥିପାଇଁ ହାଇଦ୍ରାବାଦ ଓ ବିଶାଖପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସାବେରୀ ନଦୀରେ ବନ୍ୟା ଯୋଗୁ ଝାପ୍ରା ପୋଲ ବୁଡ଼ିଯାଇଛି । ଏହା ଉପରେ ୫ ଫୁଟ ପର୍ଯ୍ୟନ୍ତ ପାଣି ଚାଲୁଛି । ମାଲକାନଗିରିରୁ ରାୟପୁର, ଜଗଦଲପୁର ଓ ସୁକ୍‌ମାକୁ ଯୋଗାଯୋଗ ଠପ୍‌ ହୋଇଯାଇଛି ।

ବଂଶଧାରା ନଦୀରେ କାଶୀନଗରଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗରଠାରେ ବିପଦ ସଙ୍କେତ ସ୍ତର ୫୪.୬୦ ମିଟର ଥିବାବେଳେ ଏଠାରେ ଜଳସ୍ତର ୫୪.୮୬ ମିଟର ରହିଛି । ମହାନଦୀର ନରାଜରେ ମଧ୍ୟ ଜଳସ୍ତର ବଢୁଛି । ବୈତରଣୀର ଆନନ୍ଦପୁର ଓ ଜଳକା ନଦୀର ମାଥାନିଠାରେ ଜଳସ୍ତର ବଢୁଛି ।

   Related Posts