oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେ

8/05/2022 at 9:48 AM

ଭୁବନେଶ୍ୱର ୦୮।୦୫ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି। ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଏହା ଏବେ ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ। ଓଡ଼ିଶାକୁ ବିପଦ ନାହିଁ । ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ । ଉତ୍ତର ପଶ୍ଚିମ ଦିଗରେ ଗତିକରୁଥିବା ବାତ୍ୟା ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠି ବି ଲ୍ୟାଣ୍ଡଫଲ କରିବନି ବୋଲି ଆକଳନ କରିଛି IMD । ସ୍ଥଳଭାଗରୁ ବହୁ ଦୂରରେ ଅତିକ୍ରମ କରିବ ବାତ୍ୟା । ପ୍ରଭାବରେ ୧୦ ତାରିଖରୁ ଦୁଇ ଦିନ ଧରି ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

   Related Posts