scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଡ଼ରୁ ମିଳିବ ସାମାନ୍ୟ ତ୍ରାହି, ରାତିରେ ବଢ଼ିବ ତାପମାତ୍ରା : ୨୮ରୁ ବଦଳିବ ପାଗ

26/12/2021 at 7:56 AM

ଭୁବନେଶ୍ୱର ୨୬।୧୨: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ୨୯ ତାରିଖ ଯାଏ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା କ୍ରମଶଃ ବଢ଼ି ଚାଲିବ । ଯାହାଫଳରେ ଜାରି ରହିଥିବା  ପ୍ରବଳ ଶୀତ ଲହରୀରୁ ମିଳିବ ସାମାନ୍ୟ ତ୍ରାହି। ୨୯ରେ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ସେହିପରି ଆସନ୍ତା ୨୮ରୁ ରାଜ୍ୟରେ ପାଗ ବଦଳିବ । ଉତ୍ତରା ପବନ ବଦଳରେ ରାଜ୍ୟକୁ ସାମୁଦ୍ରିକ ପବନ ବହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୮ରୁ ୩୦ ଯାଏ ପାଗ ମେଘୁଆ ରହିବ । ୨୯ରୁ ସୁନ୍ଦରଗଡ଼ ଓ ପାଖ ଜିଲ୍ଲାରେ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିବ । ଆସନ୍ତା ସପ୍ତାହ ଯାଏ ଏଠାରେ ଖରାଟିଆ ପାଗ ରହିବ । ଏଣୁ ନୂଆ ବର୍ଷରେ ପାଗ ଅନୁକୂଳ ଓ ଆରାମଦାୟକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେପଟେ ୨୯ ତାରିଖରୁ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଶନିବାର ରାତିରେ ସାମାନ୍ୟ କୁହୁଡ଼ି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୨୭, ୨୮ ଓ ୨୯ ତାରିଖ ରାଜ୍ୟର ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାତି ତାପମାତ୍ରା ବଢିଥିଲେ ବି ଶୀତ ଲହରୀ ଜାରି ରହିଛି । ଶନିବାର ସୁନ୍ଦରଗଡ଼ରେ ସବୁଠୁ କମ୍‌ ବା ପାରଦ ୮ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ରହିଛି ।

   Related Posts