ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଖସିବ ପାରଦ, ବୁଧବାରଠୁ ବଢିବ ଶୀତ : ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା

15/12/2021 at 8:14 AM

ଭୁବନେଶ୍ୱର ୧୫।୧୨: ଖସିବ ପାରଦ ବଢିବ ଶୀତ। ବୁଧବାରଠୁ ରାଜ୍ୟର ଶୀତ ବଢିବ। ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଖସିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେହିପରି ୧୫ ତାରିଖରୁ ରାଜ୍ୟରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ବୋହିବ । ଯାହାଫଳରେ ଶୀତ ଅଧିକ ହେବ । ବୁଧବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖାଯିବ । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୧୨ ଜିଲ୍ଲାରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି। ଉପକୂଳ ଓ ଆଭ୍ୟନ୍ତରୀୟ ଓଡିଶାର କିଛି କିଛି ସ୍ଥାନରେ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।



   Related Posts