ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଚାଷୀକୁଳକୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ବଦଳିବ ପାଗ, ୨୫ରୁ ହେବ ବର୍ଷା

24/08/2021 at 7:50 AM

ଭୁବନେଶ୍ୱର ୨୪।୦୮: ଆଗାମୀ ୨୫ ତାରିଖରେ ରାଜ୍ୟରେ ପାଗ ବଦଳିବ । ଅଭାବୀ ବର୍ଷାରେ ଯୁଝୁଥିବା ଚାଷୀକୁଳକୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଶେଷ ପର୍ଯାୟରେ ପହଞ୍ଚିଥିବା ଧାନ ରୁଆ, ବେଉଷଣକୁ ଏହା ସୁହାଇବ ବୋଲି ଆଶା କରାଯାଉଛି । ସେପଟେ ବଙ୍ଗୋପସାଗର ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସମେତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି ।

ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ରାଜ୍ୟରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୫, ୨୬, ୨୮, ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ । ୨୯, ୩୦ ଓ ୩୧ ତାରିଖରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦିନକୁ ୭୦ରୁ ୮୦ ମିଲିମିଟର ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବଳୟ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଭଲ ବର୍ଷା ଥିଲେ ବି ନିଅଣ୍ଟିଆ ବର୍ଷା ସମସ୍ୟାକୁ ଏହା ପୂରଣ କରିବନି ବୋଲି ସେ କହିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ହେବ । ୨୬ ତାରିଖରେ ମଧ୍ୟ ଭଲ ବର୍ଷା ହେବ । ୨୭ ତାରିଖରେ ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜରେ ଭୀଷଣ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

   Related Posts