Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବଢିଲାଣି ତାତି, ଝାଞ୍ଜିମାଡ଼ରେ ଜଳୁଛି ରାଜଧାନୀ

23/02/2023 at 1:27 PM

ଭୁବନେଶ୍ଵର ୨୩।୦୨ : ବଢିଲାଣି ତାତି । ଅସହ୍ୟ ହେଲାଣି ଖରା । ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି । ତେବେ ସୋନପୁରରେ ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୩୭.୯ ଡିଗ୍ରୀ ଓ କଟକରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହାସହ ଜି.ଉଦୟଗିରିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ୧୯ ଡିଗ୍ରୀ, ପୁରୀ ୨୫.୫ ଡିଗ୍ରୀ, କଟକ ୨୨ ଡିଗ୍ରୀ, ଗୋପୁଳପୁର ୨୨.୧ ଡିଗ୍ରୀ, ଢ଼େଙ୍କାନାଳରୁ ୨୦.୫ ଡିଗ୍ରୀ, ଜଗତସିଂହପୁର ୧୮.୫ ଡିଗ୍ରୀ, କେନ୍ଦ୍ରାପଡ଼ା ୧୯.୬ ଡିଗ୍ରୀ, ଭଦ୍ରକ ୨୦.୫ ଡିଗ୍ରୀ, ବାଲେଶ୍ବରରୁ ୧୯.୫ ଡିଗ୍ରୀ, ମାଲକାନଗିରି ୧୯.୭ ଡିଗ୍ରୀ, ଟିଟିଲାଗଡ଼ ୧୯ ଡିଗ୍ରୀ,ବଲାଙ୍ଗୀର ୧୯.୫ ଡିଗ୍ରୀ, ନୂଆପଡ଼ାରୁ ୧୮ ଡିଗ୍ରୀ, ନୟାଗଡ଼ରୁ ୧୮ ଡିଗ୍ରୀ,ରାୟଗଡ଼ା ୧୮.୪ଡିଗ୍ରୀ, ପାରଳଖାମୁଣ୍ଡି ୧୮.୨ ବାରିପଦା ୧୮.୫ ଡିଗ୍ରୀ, ସମ୍ବଲପୁରୁ ୧୭ ଡିଗ୍ରୀ, ବରଗଡ଼ ୧୭ ଡିଗ୍ରୀ, କେନ୍ଦୁଝରରୁ ୧୬ ଡିଗ୍ରୀ, ସୋନପୁରରୁ ୧୬ ଡିଗ୍ରୀ, ବୌଦ୍ଧ ୧୫ ଡିଗ୍ରୀ, ସୁନ୍ଦରଗଡ଼ ୧୫ ଡିଗ୍ରୀ,ନବରଙ୍ଗପୁର ୧୪.୨ ଡିଗ୍ରୀ, କୋରାପୁଟ ୧୪ ଡିଗ୍ରୀ, ହିରାକୁଦ ୧୪.୧ ଡିଗ୍ରୀ, ରାଉଲକେଲା ୧୩.୧ ଡିଗ୍ରୀ, ଫୁଲବାଣୀ ୧୨ ଡିଗ୍ରୀ ରେକର୍ଡ ହୋଇଛି।

   Related Posts