୩୦ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ, କିଛି ସ୍ଥାନରେ କାଁ ଭାଁ ବର୍ଷା

Published By : Prameya-News7 Bureau | September 28, 2024 IST

ଭୁବନେଶ୍ୱର ୨୮।୦୯ : ରାଜ୍ୟରେ ଆସନ୍ତା  ୩୦ ତାରିଖ ଯାଏ ପାଗ ଶୁଖିଲା ରହିବ । କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କିନ୍ତୁ ବିଶେଷ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା  ଡ. ମନୋରମା ମହାନ୍ତି ପୂର୍ବାନୁମାନ କରି  କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦୁର୍ବଳ ହୋଇ  ଘୂର୍ଣ୍ଣିବଳୟ ହୋଇଛି ।  ଏହି ଘୂର୍ଣ୍ଣିବଳୟ ଦକ୍ଷିଣ  ପଶ୍ଚିମ ମଧ୍ୟପ୍ରଦେଶ ଓ ପାଶ୍ୱବର୍ତ୍ତୀ ଅଞ୍ଚଳ ଉପରେ  ରହିଛି। ଏଥିପାଇଁ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ । 

ଆସନ୍ତା ତିନି ଦିନ ଯାଏ ବର୍ଷା ନାହିଁ । ଅକ୍ଟୋବର ୧ରେ  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼  ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । 

ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି   ହୋଇପାରେ ବୋଲି ଆଇଏମ୍‌ଡିର ଏନ୍‌ସିଇପି ଜିଏଫଏସ୍‌ ଓ ଇସିଏମ୍‌ଡବ୍ଲୁଏଫ ମଡେଲ ଆକଳନ  କରିଛି । 

ଶୁକ୍ରବାର ଭବାନୀପାଟଣାରେ ୩୪.୬  ମିମି, ପୁରୀରେ ୨୭.୬, ଯାଜପୁରରେ ୩୦,  ନୂଆପଡ଼ାରେ ୧୮.୪ ମିମି ବର୍ଷା ହୋଇଛି । ଗତ  ୨୪ ଘଣ୍ଟାରେ ପୁରୀରେ ୫୮.୪, ଭୁବନେଶ୍ୱରରେ  ୪୯.୨, ବୌଦ୍ଧରେ ୪୬, ବାରିପଦା ଓ   ଯାଜପୁରରେ ୩୦ ମିମି ବର୍ଷା ରେକର୍ଡ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.