ପାଣିପାଗ : ଦୁଇଦିନ ପରଠୁ ଗରମ, ବିଭିନ୍ନ ସ୍ଥାନରେ କୁହୁଡି
12/01/2019 at 6:10 PM

Image Courtesy : file
ଭୁବନେଶ୍ବର ୧୨|୧: ରାଜ୍ୟରେ ଏବେ ସୁଖିଲା ରହିଛି ପାଗ । ଧିରେ ଧିରେ ବଢୁଛି ରାତ୍ରୀର ତାପମାତ୍ରା । ଏବଂ ଏହା ତିନିରୁ ଚାରି ଦିନ ପରେ ଧିରେ ଧିରେ ଆହୁରି ଅଧିକ ବଢିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତକାଲି ରାଜ୍ୟର ୪ଟି ସହର – ଦାରିଙ୍ଗବାଡି, ଅନୁଗୁଳ, ସୁନ୍ଦରଗଡ ଓ କେନ୍ଦୁଝର ରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି ।,ତେବେ ଦାରିଙ୍ଗବାଡି ସର୍ବନିମ୍ନ ୭.୫ ଡିଗ୍ରି ସେଲସିୟସ ତାପମାତ୍ରା ରେକଡ ହୋଇଥିବା ସୁଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ଉତ୍ତର –ପୁର୍ବରୁ ପବନର ଗତି ଥିବାରୁ ଏବେ ଆଭ୍ୟନ୍ତର ଓଡିଶାର କିଛିଟା ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳିଥିବା ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023