ଉତ୍ତର ଭାରତରେ ପ୍ରବଳ ଶୀତ, ହିମାଳୟର ଥଣ୍ଡା ପବନରେ ଥରୁଛି  ଦିଲ୍ଲୀ-ଏନସିଆର୍, ବଢୁଛି ପ୍ରଦୁଷଣ ମାତ୍ରା

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ପ୍ରବଳ ଜାଡ଼ରେ ଥରୁଛି ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଦିଲ୍ଲାର ତାପମାତ୍ରା କମିବା ସହିତ ପ୍ରଦୁଷଣ ମାତ୍ରା ବଢିବାରେ ଲାଗିଛି । ପଶ୍ଚିମା ପବନ ଓ ହିମାଳୟର ଥଣ୍ଡା ବାୟୁ ଯୋଗୁ ଶୀତର ଲହାରୀ ଜାରି ରହିଛି । ସେପଟେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଶୀତ ସାମାନ୍ୟ କମିବ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି । ଦିଲ୍ଲାରେ ସର୍ବନିମ୍ନ ୮ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ସିଲେସିୟସ୍ ରହିଛି । ଶୀତ ଲହର ଜାରି ରହିଥିବାରୁ ଭୋରୁ କହୁଡ଼ି ଦେଖିବାକୁ ମିଳୁଛି । ଅନ୍ୟପଟେ ଦିଲ୍ଲୀ-ଏନସିଆରରେ  ପ୍ରଦୁଷଣର ମାତ୍ରା  ମଧ୍ୟ ବଢିବାରେ ଲାଗିଛି । ରାଜଧାନୀରେ ବାୟୁର ଗୁଣବତ୍ତା AQI-୩୭୪ ରେକର୍ଡ କରାଯାଇଛି । ଏୟାର କ୍ବାଲିଟି ଇଣ୍ଡିକ୍ସ ସୂଚକାଙ୍କରେ ଏହା ସବୁଠାରୁ ଖରାପ ଶ୍ରେଣୀ ।

ଉତ୍ତର ଭାରତର ବିଭିନ୍ନ ରାଜ୍ୟ ଗୁଡ଼ିକରେ ମଧ୍ୟ ହାଡ଼ଭଙ୍ଗା ଜାଡ଼ ଜାରି ରହିଛି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଦକ୍ଷିଣ ଭାରତର କିଛି ସ୍ଥାନ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ଓ ବୁଧବାର ତାମିଲନାଡ଼ୁ, କେରଳ ଓ ଆଣ୍ଡାମାନ ନିକୋବରର କିଛି ସ୍ଥାନରେ ମଧ୍ୟ ଧରଣରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ସ୍କାଇମାଟ୍‌ର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଣ୍ଟିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଅନୁମାନ କରାଯାଉଛି । ପରେ ମଙ୍ଗଳବାର ସନ୍ଧ୍ୟା ସୁଧା ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ନେଇ ଆଶଙ୍କା କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.