ଆହୁରି ତିନି ଦିନ କୁହୁଡିରୁ ନାହିଁ ନିସ୍ତାର, ପ୍ରଭାବ ପକାଇବ ପଶ୍ଚିମା ଝଡ
19/01/2023 at 12:26 PM

ଭୁବନେଶ୍ୱର ୧୯/୦୧: ଆସୁଛି ଏକ ପଶ୍ଚିମାଝଡ । ୨୦ ତାରିଖ ରାତ୍ରି ରୁ ଏକ ପଶ୍ଚିମା-ଝଡ ପଶ୍ଚିମ-ହିମାଳୟରେ ପ୍ରଭାବ ପକେଇପାରେ। ୨୨ତାରିଖରୁ ଉତ୍ତର-ଭାରତ ଉପରେ ପ୍ରଭାବ ସମ୍ଭାବନା ରହିଛି । ଏଥିସହ କୁଆପଥର ବର୍ଷା ତଥା ଉପର ହିମାଳୟ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି । ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।
ବର୍ତ୍ତମାନ ରାଜ୍ୟରେ ଗୁରୁଚାପ-ବଳୟ ସକ୍ରିୟ ରହିଛି।ଯାହାର ପ୍ରଭାବରେ ରାଜ୍ୟର କିଛି ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ୩ ରୁ ୪ ଦିନ ଘନକୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହୁଛି । ସର୍ବନିମ୍ନ ରାତ୍ରି ତାପମାତ୍ରା ସମତଳ ଅଞ୍ଚଳରେ ସୁନ୍ଦରଗଡ଼ ରେ ୧୪ .୮ ରେକର୍ଡ଼ କରାଯାଇଥିବା ବେଳେ ଭୁବନେଶ୍ଵରରେ ୧୮ ଡିଗ୍ରୀ ଓ କଟକରେ ୧୭.୫ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି ।