ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମୌସୁମୀ ଆଗମନ ନେଇ ଅନିଶ୍ଚିତତା: ଓଡ଼ିଶାରେ ବଢ଼ିବ ତାପମାତ୍ରା

26/05/2022 at 8:01 PM

ଭୁବନେଶ୍ୱର ୨୬/୦୫: ମଝିରେ ଦିନେ ଦୁଇଦିନ ବର୍ଷା ହେବା ପରେ ରାଜ୍ୟାବାସୀ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଥିଲେ। ଖୁବଶୀଘ୍ର ମୌସୁମୀ ଆସିବା ନେଇ ମଧ୍ୟ କୁହାଯାଉଥିଲା। ହେଲେ ଏବେ ପାଣିପାଗ ଖବର ଯାହା ସେଥିରେ ରାଜ୍ୟାବାସୀ ଚିନ୍ତାରେ ପଡ଼ିଲେଣି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି)ର ସୂଚନା ଅନୁସାରେ ଉତ୍ତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନରେ ତାପମାତ୍ରା ବଢ଼ିବ। କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ଯାଇପାରେ ବୋଲି ସିଇସି କହିଛି। ଗୁରୁବାର ପାଣିପାଗ ସମ୍ବନ୍ଧୀୟ ଏଭଳି ପୂର୍ବ ସୂଚନା ଦେଇଛି ସିଇସି।

ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା। କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ସହ ପାରା ୪୪ ଡିଗ୍ରୀକୁ ୪୭ ଡିଗ୍ରୀ ସେଲ୍‌ସିୟସ ବଢ଼ିବାର ସମ୍ଭାବନା ରହିଛି ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉପକୂଳ ଅଂଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି।

ପବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆଦ୍ରତାର ପରିମାଣ ଠିକ୍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି। ମାତ୍ର ଅପର ଏୟାରଟ୍ରଫ୍‌ର ଉପସ୍ଥିତି ଯୋଗୁ କେତେକ ସ୍ଥାନରେ ଆଜି କିମ୍ବା ଆସନ୍ତା କାଲି କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସୂଚନା ନାହିଁ। ତେଣୁ ଜୁନ୍ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀର ପ୍ରବେଶ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। କେରଳରେ ବର୍ଷାର ଆଗମନ ଓ ପରିବେଶ ଅନୁକୂଳ ହେଲେ ହିଁ ଓଡ଼ିଶାରେ ମୌସୁମୀ ପ୍ରବେଶ ନେଇ ଆକଳନ କରିହେବ ବୋଲି ସେ କହିଛନ୍ତି ।

   Related Posts