୪୮ ଘଣ୍ଟା ପରେ ବଢିବ ବର୍ଷାର ପରିମାଣ, ୧୦ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | March 08, 2020 IST

ଭୁବନେଶ୍ୱର, ୦୮|୦୩:  ରାଜ୍ୟରେ ୪୮ ଘଣ୍ଟା ପରେ ପୁଣି ବର୍ଷାର ପରିମାଣ ବଢିବ। ଏହାକୁ ନଜରରେ ରଖି ବିଶେଷ କରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ଗଞ୍ଜାମ, କନ୍ଧମାଳ, ସୋନପୁର, ବରଗଡ ଓ ସୁନ୍ଦରଗଡ ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଆହୁରି ମଧ୍ୟ ୪୮ ଘଣ୍ଟା ମଧ୍ୟରେ ରାୟଗଡା, ଗଞ୍ଜାମ, କଳାହାଣ୍ଡି, ନୂଆପଡାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା  ରହିଛି। ତେବେ ଆସନ୍ତା ୧୨ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.