ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା
4/05/2020 at 2:50 PM

ଭୁବନେଶ୍ୱର, ୦୪|୦୫: ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓଡିଶାର ବିଭିନ୍ନ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି ।
କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ପବନର ବେଗ ୪୦ ରୁ ୫୦କିମି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ,ଢ଼େଙ୍କାନାଳ ଆଦି ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଅଧିକ ରହିବ ।
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସହ ବର୍ତ୍ତମାନ ସୁଦ୍ଧା ଦୁର୍ବଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।