ଦାନା ବାନ୍ଧୁଛି ଲଘୁଚାପ, ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା
23/08/2022 at 7:45 AM

ନୂଆଦିଲ୍ଲୀ, ୨୩|୦୮: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ। ଯାହାର ପ୍ରଭାବରେ ଆଜି ଠାରୁ ପୁଣି ରାଜ୍ୟରେ ବର୍ଷା ହେବ। ମଙ୍ଗଳବାରଠୁ ତିନି ଦିନ ଧରି ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶା ସମେତ ଅନ୍ୟ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଂଜ ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସହ ୧୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
Related Posts
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023