Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜଳୁଛି ସାରା ଓଡିଶା, ୪୬ ଡିଗ୍ରୀ ଛୁଇଁପାରେ ପାରଦ

4/06/2022 at 7:41 AM

ଭୁବନେଶ୍ୱର, ୦୪|୦୬: ଭୟଙ୍କର ଗ୍ରୀଷ୍ମ ପ୍ରବାହ । ଜାଳି ଦେଲାଣି ସାରା ଓଡ଼ିଶାକୁ । ନିଆଁ ବର୍ଷାରେ ଜନଜୀବନ କଲବଲ । ତାତି ଆହୁରି ବଢ଼ିବ । ପାରଦ ୪୬ ଡିଗ୍ରୀ ଡେଇଁପାରେ । ଏବେ ନିସ୍ତାର ଆଶା କମ୍‌ । ମୌସୁମୀ ଓଡ଼ିଶା ନ ଛୁଇଁବା ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ । ନା ତାତି କମିବ ନା ଗୁଳୁଗୁଳି ।

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୬ଟି ସହରରେ ପାରଦ ଆଜି ୪୪ ଡିଗ୍ରୀ ପାର କରିଛି । ଟିଟିଲାଗଡ଼ ଯେମିତି ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ଂ ଡିଗ୍ରୀ ଛୁଇଁଛି । ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୪.୯ଂ ଥିବା ବେଳେ ବୌଦ୍ଧରେ ୪୪.୫, ସମ୍ୱଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ଂ ତାପମାତ୍ରା ରେକର୍ଡ କରାଯାଇଛି ।

ଉପକୂଳରେ ତାତି ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରକୋପ ଭୀଷଣ ରହିଛି । ମାତ୍ର ଆର୍ଦ୍ରତା ୭୦% ଉପରେ ରହୁଥିବାରୁ ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ମୌସୁମୀ ନ ଆସିବା ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ ।

ପାଣିପାଗ ବିଭାଗ କହିବା ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି କମିବାର କୌଣସି ସମ୍ଭାବନା ଦେଖାଯାଉନି । ଶନିବାର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।

   Related Posts