ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଛଟପଟ କରିବ ଗୁଳୁଗୁଳି : ଧିରେଧିରେ ବଢିବ ଦିନ ତାପମାତ୍ରା

26/05/2022 at 7:56 AM

ନୂଆଦିଲ୍ଲୀ, ୨୬/୦୫: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ତାପମାତ୍ରା କମ୍‌ ଥିଲେ ବି ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ଆହୁରି ଅସହ୍ୟ ଗରମ ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ପ୍ରାୟ ଅଧିକାଂଶ ସ୍ଥାନରେ ଅଧିକ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହୋଇଛି । ସେପଟେ ରାଜ୍ୟରେ ଆଗାମୀ ୨୭ ତାରିଖ ଯାଏ ଠାଏ ଠାଏ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ବୁଧବାର ଭୁବନେଶ୍ୱରର ତାପମାତ୍ରା ମାତ୍ର ୩୬.୨ଡିଗ୍ରୀ ଥିଲା । କିନ୍ତୁ ଅଧିକ ଆର୍ଦ୍ରତା ଯୋଗୁ ଏଠାରେ ତାପମାତ୍ରା(ଫିଲିଂ ଟେମ୍ପ୍ରେଚର୍‌) ୪୫ଡିଗ୍ରୀ ଭଳି ଲାଗିଥିଲା । ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ । ଗତକାଲି ରାତିରେ ବଲାଙ୍ଗୀରରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାୟଗଡ଼ାରେ ୩୨, ଦାରିଙ୍ଗିବାଡ଼ିରେ ୧୨, ଗୋପାଳପୁରରେ ୭, ନୂଆପଡ଼ାରେ ୪.୮ ଓ ନବରଙ୍ଗପୁରରେ ୩ ମିଲିମିଟର ବର୍ଷା ହୋଇଛି ।

   Related Posts