vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପକୂଳରେ ବଢିବ ତାତି : ଖରା କମ୍ କିନ୍ତୁ କଷ୍ଟ ଦେବ ଗୁଳୁଗୁଳି

23/05/2022 at 8:12 AM

ଭୁବନେଶ୍ୱର ୨୩/୦୫:  ସୋମବାରଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ଆଇଏମ୍‌ଡି ପକ୍ଷରୁ କୁହାଯାଇଛି, ୨୪ରେ ରାଜ୍ୟରେ ଫେୟାରଲି ୱାଇଡ୍‌ ସ୍ପ୍ରେଡ୍‌(ଅଧିକାଂଶ ସ୍ଥାନ)ରେ ବର୍ଷା ହୋଇପାରେ । ଘଡଘଡି ଓ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ତେବେ ୨୨ରୁ ୨୫ ତାରିଖ ଯାଏ ଠାଏ ଠାଏ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି ।

ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୨.୧ କିମି ଉଚ୍ଚତା ଯାଏ ଘୂର୍ଣ୍ଣିବଳୟ ସକ୍ରିୟ ଥିଲା । ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଚାନ୍ଦବାଲି, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, ପାରୀଦୀପରେ ବର୍ଷା ହୋଇଛି । ତେବେ ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାଳବୈଶାଖୀ ହୋଇପାରେ । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ପାଗ ଥଣ୍ଡା ରହିବ । ଉପକୂଳ ଓଡ଼ିଶାରେ ଅଧିକ ଗରମ ନ ହେଲେ ବି ଗୁଳୁଗୁଳି ଅନୁଭୂତ ହେବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଛି । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବିଶେଷ କମିନି। ବୌଦ୍ଧରେ ୪୩, ଟିଟିଲାଗଡ଼ରେ ୪୧.୮, ଭବାନୀପାଟଣାରେ ୪୧ଡିଗ୍ରୀ ଓ ସୋନପୁରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

   Related Posts