vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସହ୍ୟ ହେବ ଗୁଳୁଗୁଳି, ମେ’ ୧୮ ପରେ କମିବ ଗରମ

17/05/2022 at 7:47 AM

ଭୁବନେଶ୍ୱର, ୧୭/୦୫: ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରାଜ୍ୟରେ ତାପମାତ୍ରା କମିଥିଲେ ବି ଗୁଳୁଗୁଳି ଜାରି ରହିବ । ୧୮ ତାରିଖ ପରେ ବର୍ଷା ଯୋଗୁ ଗରମ କମିପାରେ । ସେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

​ସୋମବାର ରାଜ୍ୟର ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ସର୍ବାଧିକ ୪୨.୮ଡିଗ୍ରୀ, ସୋନପୁର ଓ ବୌଦ୍ଧର ତାପମାତ୍ରା ୪୨.୫ଡିଗ୍ରୀ ରେକର୍ଡ ହୋଇଛି ।  ବୌଦ୍ଧର ତାପମାତ୍ରା ୪୨.୫, ବରଗଡ ଓ ଟିଟିଲାଗଡର ୪୨.୪, ଭବାନୀପାଟଣା ଓ ମାଲକାନଗିରି ଓ ନୂଆପଡାର ୪୧.୫, ଝାରସୁଗୁଡାର ୪୦.୮ ଓ ସମ୍ବଲପୁରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । କିନ୍ତୁ ଉପକୂଳ ଓଡିଶାରେବିଭିନ୍ନ ଜିଲ୍ଲାର ତାପମାତ୍ରା କମ୍‌ ଥିଲା । ଭୁବନେଶ୍ୱର, କଟକ, ଗୋପାଳପୁର, ପାରାଦୀପ, ପୁରୀ, ଅନୁଗୁଳ, ଚାନ୍ଦବାଲିରେ ତାପମାତ୍ରା ୩୫ଡିଗ୍ରୀରୁ କମ୍‌ ଥିଲା ।

   Related Posts