୫ ଦିନ ଯାଏଁ ଆକାଶରୁ ବର୍ଷିବ ନିଆଁ ! ଅନେକ ସହରରେ ପାରଦ ଟପିବ ୪୦ ଡିଗ୍ରୀ

Published By : Prameya-News7 Bureau | April 07, 2022 IST

ଭୁବନେଶ୍ୱର ୦୭/୦୪: ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନବେଳାର ତାପମାତ୍ରା ସ୍ୱାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । କିଛି ସ୍ଥାନରେ ଏହା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବୁଧବାର, ରାଜ୍ୟର ୭ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗୀରର ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୪୧.୩, ବୌଦ୍ଧରେ ୪୧, ଝାରସୁଗୁଡ଼ାରେ ୪୦.୬, ସମ୍ବଲପୁରରେ ୪୦.୪ ଏବଂ ଭବାନୀପାଟଣାରେ ଓ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ଏହି ସହରକୁ ଛାଡ଼ି ବାକି ଅଧିକାଂଶ ସ୍ଥାନର ତାପମାତ୍ରା କମ୍‌ ରହିଛି । ବାରିପଦାରେ କିନ୍ତୁ ବୁଧବାର ସକାଳୁ ସାମାନ୍ୟ ବର୍ଷା ହୋଇଛି । ଗୋପାଳପୁର, ବାଲେଶ୍ୱର, କଟକ, ଚାନ୍ଦବାଲି, ଭୁବନେଶ୍ୱର ଓ ପୁରୀ ସହରର ତାପମାତ୍ରା ୩୫ ଡିଗ୍ରୀ ଭିତରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.