LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତାକାଲି ସକ୍ରିୟ ହେବ ପଶ୍ଚିମାଝଡ଼

25/03/2023 at 8:28 PM

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ଼। ଏଥିପାଇଁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ  କେନ୍ଦ୍ର।

ଆସନ୍ତାକାଲି ଠାରୁ ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରଭାବ ରହିବା ସହ ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହେଇପାରେ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା- ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି,କଂଧମାଳ, କେଉଁଝର ମୟୂରଭଞ୍ଜ ବାଲେଶ୍ଵର, ଭଦ୍ରକ, ଯାଜପୁର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର।

ଏଥିସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ କୋରାପୁଟ ରାୟଗଡ଼ା, ଗଜପତି, ମୟୁରଭଂଜ ଜିଲ୍ଲାକୁ ୟଲ୍ଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୨୬ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ରାଜ୍ୟରେ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ। ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେଇପାରେ। ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।

୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେବଳ ଉପକୂଳ ଓଡ଼ିଶାରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ ପୁଣି ଆସନ୍ତା ୩୦ ରେ ଆଉ ଏକ ପଶ୍ଚିମା ଝଡ଼ ଆସିବା ଆଶଙ୍କା ରହିଛି।

   Related Posts