suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା

24/03/2023 at 10:46 PM

ଭୁବନେଶ୍ୱର: ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

India in June: Travel Tips, Weather, and More | kimkim

ବର୍ତ୍ତମାନ ଦେଶରେ ଉତ୍ତର ତଥା ଉତ୍ତରପଶ୍ଚିମ ଭାଗରୁ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ଯାହାର ପ୍ରଭାବରେ ପଞ୍ଜାବ,ଜାମ୍ମୁ-କାଶ୍ମୀର, ଦିଲ୍ଲୀ ତଥା ଲଦାଖର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ଓଡ଼ିଶାରେ ଆସନ୍ତା ୨୬ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗର ଉମା ଶଙ୍କର ଦାସ କହିଛନ୍ତି।

Weather forecast - India Meteorological Department predicts heavy rain in  North Bengal, Northeast over next four days - Telegraph India

୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାର ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼,ପୁରୀ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ। ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରେ ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ହୋଇପାରେ।

Monsoon likely to hit Delhi-NCR after July 3; heavy rain lashes Mumbai -  BusinessToday

ଏଥିସହ ପୁରୁଣା ପଶ୍ଚିମାଝଡ଼ର ପ୍ରଭାବ ୧୫ ରୁ ୨୧ ତାରିଖ ଯାଏ ରହିଥିବା ବେଳେ ଆଗାମୀ ପଶ୍ଚିମାଝଡ଼ର ପ୍ରଭାବ ଯଥେଷ୍ଟ କମ୍ ରହିବ ବୋଲି ପାଣିପାଗ ବିଭାଗ କହିଛି। ବର୍ତ୍ତମାନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପଶ୍ଚିମାଝଡ଼ ପ୍ରଭାବରେ ଦିନର ତାପମାତ୍ରା କମିବ ବୋଲି ସୂଚନା ମିଳିଛି।

West Bengal Weather Forecast for next 7 days double depression causes  temperature high ফের ভাবাচ্ছে জোড়া নিম্নচাপ! সপ্তাহান্তে কীভাবে বদলাবে  রাজ্যের আবহাওয়া? রইল পূর্বাভাস ...
Udupi Rains! | House styles, Udupi, Village

   Related Posts