ପାଣିପାଗ: ଉଡିଗଲା ଘୂର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟା ଯାଏଁ ପାଗ ରହିବ ଶୁଖିଲା

Published By : Prameya-News7 Bureau | October 22, 2018 IST

ଭୁବନେଶ୍ବର ୨୨|୧୦: ରାଜ୍ୟ ପାଇଁ ପୁଣି ଏକ ବିପଦ ଟଳିଗଲା ବେ।ଲି କୁହାଯାଇପାରିବ । ଏଭଳି ସୂଚନା ଦେଇଛନ୍ତି  ଆଞ୍ଚଳିକ ପାଣିପାଗ ନିର୍ଦେଶକ । ତେବେ ତିତଲି ଯିବା ପରେ ଆଉ ଏକ ଘୁର୍ଣୀବଳୟ ବଙ୍ଗେ।ସାଗରରେ ସୃଷ୍ଟି ହେ।ଇଥିଲା ଯାହାକି ସୃଷ୍ଟି ହେବାର କିଛି ଦିନ ଭିତରେ ଦୂର୍ବଳ ହେ।ଇଯାଇଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦେଶକ । ଏହା ଯଦି ସକ୍ରୀୟ ହେ।ଇଥାନ୍ତା ତେବେ ରାଜ୍ୟର ଦକ୍ଷିଣ ଭାଗରେ ଏହାର ପ୍ରଭାବ ଦେଖିବାକୁ ମିଳିଥାନ୍ତା । ତେବେ ବର୍ତମାନ କୌଣସି ବିପଦ ନଥିବା ଜଣାପଡ଼ିଛି । ଏବେ ମେଘ ମୁକ୍ତ ରାଜ୍ୟ ଆକାଶ । ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର ପାଣିପାଗ ଶୁଖିଲା ରହିବ । ଏହିଭଳି ପାଗ ଦୁଇ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ ବେ।ଲି ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର ସୂଚନା ଦେଇଛି । ଦିନବେଳା ତାପମାତ୍ରା ଅଳ୍ପ ବଢିବା ସହିତ ରାତିରେ ସାଧାରଣ ରହିବ । ରାଜ୍ୟର ଗେ।ଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.