ନୂଆଦିଲ୍ଲୀ ୯।୫: ପାଣିପାଗ ରିପୋର୍ଟ ଓ ଆକଳନରେ ଗିଲଗିଟ୍-ବାଲତିସ୍ତାନ ଓ ମୁଜାଫରାବାଦ ଲାଗି ପୂର୍ବାନୁମାନ ଜାରି ହୋଇଛି। ଏହା ଦ୍ୱାରା କେନ୍ଦ୍ର ସରକାର ପାକିସ୍ତାନକୁ ଭାରତର ପରିବର୍ତ୍ତିତ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଇଛନ୍ତି। ତେବେ ଏଥିପାଇଁ କିଛି ସମୟ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାରତ ସରକାରଙ୍କୁ ପଦକ୍ଷେପ ନେବାକୁ କହିଥିଲେ।
{"id":267098,"width":578,"height":746,"sizeSlug":"large"}ଏନଏସଏଙ୍କ ପରାମର୍ଶ ଅନୁସାରେ ପ୍ରାୟ ୩ ମାସପୂର୍ବେ ଔପଚାରିକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଯାହାକୁ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର (ଷ୍ଟ୍ରାଟେଜିକ ଆଫେୟାର୍ସ) ରାଜେନ୍ଦର ଖାନ୍ନାଙ୍କ କାର୍ଯ୍ୟାଳୟରୁ ମଞ୍ଜୁରି ନିମନ୍ତେ ଦୁଇ ପ୍ରମୁଖ ଗୋଇନ୍ଦା ସଂସ୍ଥା ଆଇବି ଓ ରିସର୍ଚ୍ଚ ଏଣ୍ଡ ଆନାଲିସିସ୍ ୱିଙ୍ଗକୁ ପଠାଯାଇଥିଲା। ସେମାନେ ଗତ ସପ୍ତାହରେ ପ୍ରସ୍ତାବକୁ ଔପଚାରିକ ମଞ୍ଜୁରି ପ୍ରଦାନ କରିଛନ୍ତି।
{"id":267099,"sizeSlug":"large"}ଏହା ଆମର କ୍ଷେତ୍ର
ପାଣିପାଗ ରିପୋର୍ଟରେ ଗିଲଗିଟ, ବାଲତିସ୍ତାନ ଓ ମୁଜାଫରାବାଦ ସାମିଲ ହେବାର ଅର୍ଥ ଏହା ଭାରତ ଅନ୍ତର୍ଗତ ଅଞ୍ଚଳ। ଏପରି ପଦକ୍ଷେପ ପାକିସ୍ତାନକୁ ଗୋଟିଏ ଅର୍ଥରେ ଅନେକ ବାର୍ତ୍ତା ଯିବ ବୋଲି କହିଛନ୍ତି ଏନଏସଏ ଡୋଭାଲ। ତେବେ ସବୁଠାରୁ ବଡ ସନ୍ଦେଶ ହେଉଛି ଏହା ଆମ କ୍ଷେତ୍ର ଓ ଏପରି ପଦକ୍ଷେପ ଗ୍ରହଣ କରି କ୍ଷେତ୍ର ଉପରେ ଆମର ସାର୍ବଭୌମତ୍ୱ ସିଦ୍ଧ କରୁଛୁ ବୋଲି ଡୋଭାଲ କହିଛନ୍ତି।
ଦୂରଦର୍ଶନକୁ ଆଦେଶ, ଘରୋଇ ଚାନେଲ ମଧ୍ୟ ପ୍ରସ୍ତୁତ
କାଶ୍ମୀରର ଗିଲଗିଟ-ବାଲତିସ୍ତାନ, ମୁଜାଫରାବାଦ ଓ ମୀରପୁରକୁ ପାଣିପାଗ ରିପୋର୍ଟରେ ସାମିଲ କରିବା ଲାଗି ଭାରତ ସରକାର ଦୂରଦର୍ଶନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଦୂରଦର୍ଶନ ପ୍ରଚଳିତ ପାଣିପାଗ ମାନଚିତ୍ର ପରିବର୍ତ୍ତନ କରିବେ। ସେହି ଅନୁସାରେ ଦେଶର ଘରୋଇ ଟେଲିଭିଜନ ଚାନେଲମାନେ ମଧ୍ୟ ସେମାନଙ୍କ ପାଣିପାଗ ବିରଣୀରେ ଜମ୍ମୁ-କାଶ୍ମୀରର ଏହି ଅଞ୍ଚଳକୁ ସାମିଲ କରିବେ, ଯାହା ସବୁଦିନ ପରବର୍ତିତ ହେବ। ଭାରତ ସରକାରଙ୍କ ନିଷ୍ପତ୍ତି ପାକିସ୍ତାନ ଓ ସହଯୋଗୀଙ୍କୁ ଏକ ସତର୍କତା ଭଳି ହେବ। ଯାହା ଭାରତର ୮୬ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ପାକିସ୍ତାନ ଜୋର ଜବରଦସ୍ତ ଦଖଲରେ ରଖିଥିବା ପ୍ରମାଣିତ କରିବ।
ସାମ୍ନାକୁ ଆସିବ ପିଓକେର ଦୁର୍ଦ୍ଦଶା
ପାଣିପାଗ ଖବର ସହ ଧିରେ ଧିରେ ପାକ୍ ଅଧିକୃତ କାଶ୍ମୀରର ଏହି ଅଞ୍ଚଳରୁ ଲୋକଙ୍କ ସମସ୍ୟା ମଧ୍ୟ ଦେଶର ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିବ। ଏଥିରୁ ଇସ୍ଲାମାବାଦ କିପରି ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ତାହା ମଧ୍ୟ ଦୁନିଆ ନଜରକୁ ଆସିବାରେ ଲାଗିବ ।
ଏଥିରୁ ଚେତିବ ବ୍ରିଟେନ
କାଶ୍ମୀରକୁ ନେଇ ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ବିବାଦର ମୂଳ ମଞ୍ଜି ହେଉଛି ବ୍ରିଟେନ। ଏଭଳି ପଦକ୍ଷେପ ବ୍ରିଟେନକୁ ଭିନ୍ନ ବାର୍ତ୍ତା ଦେବ। ଏଥିରେ ଉଭୟ ଭାରତ ଓ ପାକ୍ ପ୍ରସଙ୍ଗରେ ନିରପେକ୍ଷତା ରକ୍ଷା ଲାଗି ବ୍ରିଟେନ ବାଧ୍ୟ ହେବ। ବ୍ରଟିଶ ରାଜନୈତିକ ପ୍ରତିଷ୍ଠାନ ଯେପରି କାହାର ପକ୍ଷ ନ ନିଅନ୍ତି ତାହା ଜଣାଇ ଦେବା ଭାରତର ଅସଲ ଉଦ୍ଦେଶ୍ୟ। ପ୍ରବାସୀ ପାକିସ୍ତାନୀଙ୍କ ଏକ ବଡ ସଂଖ୍ୟା ବ୍ରିଟେନରେ ବସବାସ କରୁଛନ୍ତି। ଏପରି ଅଧିକାଂଶ ଲୋକେ ମୀରପୁର ଅଞ୍ଚଳର ଯେଉଁମାନଙ୍କର ଲେବରପାର୍ଟି ନେତାଙ୍କ ସହ ବେଶ ସମ୍ପର୍କ ବି ରହିଛି। ୟେଉଁମାନେ ଭାରତ ଓ ପାକ୍ ସମ୍ପର୍କ ନେଇ ଦେଶର ରାଜନୀତିକୁ ଲଗାତାର ପ୍ରଭାବିତ କରିଆସୁଛନ୍ତି।