ମୁମ୍ବାଇ ୦୯।୦୬ : କ୍ରିକେଟ୍ ଇତିହାସର ଦୁଇ ଟପ୍ ଟିମ୍ଙ୍କ ମଧ୍ୟରେ ହେବ ଲଢେଇ। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଟି-୨୦ ବିଶ୍ୱକପ୍ ୨୦୨୪ରେ ସୁପର ସନଣ୍ଡେରେ ସୁପର ଫାଇଟ୍ । ନ୍ୟୁୟର୍କର ନାସାଉ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ତେବେ ଆଜିର ମ୍ୟାଚ୍ରେ କିପରି ରହିବ ପାଣିପାଗର ମିଜାଜ । ଆସନ୍ତୁ ଜାଣିବା...
ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ରବିବାର ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ଯେଉଁଥିରେ ପାଣିପାଗ ଟିକିଏ ଚିନ୍ତାଜନକ ସ୍ଥିତିରେ ରହିଛି । ଟସ୍ ସମୟରେ ୪୦ ରୁ ୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଦ୍ୱିପହର ୧ଟା ସମୟରେ ବର୍ଷା ହେବାର ୧୦ ପ୍ରତିଶତ ଚାନ୍ସ ଥିବା ବେଳେ ୩ଟା ସମୟରେ ୪୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । ଯଦି ଟସ୍ ସମୟରେ ବର୍ଷା ହୁଏ । ତେବେ ଟସ୍ ପଡିବାରେ ବିଳମ୍ବ ହେବାର ମଧ୍ୟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ଆମେରିକା ଠାରୁ ପରାସ୍ତ ହୋଇଥିବା ବେଳେ ଭାରତ ନିଜର ପ୍ରଥମ ମ୍ୟାଚ୍ ଆୟର୍ଲାଣ୍ଡ ଠାରୁ ବିଜୟ ହାସଲ କରିଛି । ତେଣୁ ଆଜିର ମ୍ୟାଚ୍ରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । ହେଲେ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ବିରୋଧରେ ଭାରତର ପଲ୍ଲା ଭାରି ରହିଛି । ଯାହା ରେକର୍ଡ କହୁଛି ।