ପାଗରେ ଅଦ୍ଭୁତ ସ୍ଥିତି ! କାଳବୈଶାଖୀ ଜନିତ ଝଡତୋଫାନ ସାଙ୍ଗେ ଖରା ତାତି
18/05/2018 at 12:26 PM

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଉପକୂଳ ଏବଂ ଉତ୍ତର ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି …. ଆଗାମୀ ୫-୬ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ତାଣ୍ଡବ ଲାଗି ରହିବ …. ଏପଟେ ତାତି ମଧ୍ୟ ଅଧିକ …. ଆଜି ବି ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି …. ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ଦିନ ୧ଟା ସୁଦ୍ଧା ୩୪ ଡିଗ୍ରୀ ଛୁଇଁ ଥିଲା …. ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଖରାର ପ୍ରକୋପ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ….