୩ ତାରିଖ ଯାଏଁ ରାଜ୍ୟରେ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | February 27, 2024 IST

ଭୁବନେଶ୍ୱର ୨୭।୦୨ : ପୁଣି ହେବ ବର୍ଷା । ଆସନ୍ତା ୩ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

wp:embed {"url":"https://www.prameyanews7.com/3-more-days-of-rain-likely-in-the-state/","type":"wp-embed","providerNameSlug":"prameya-news-7"}
https://www.prameyanews7.com/3-more-days-of-rain-likely-in-the-state/
/wp:embed

ତେବେ ୨୯ ତାରିଖରେ ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧ ତାରିଖରେ ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ାରେ ବର୍ଷା ହେବାକୁ ଥିବା ବେଳେ  ୨ ତାରିଖରେ ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ହାଲୁକା ବର୍ଷାର ସମ୍ଭାବନ ରହିଛି । ଏହାପରେ ୩ ତାରିଖରେ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ପୋଲସରାରେ ୭୦ ମିମି, କଳାହାଣ୍ଡିର ମ. ରାମପୁରରେ ୪୯, ବଲାଙ୍ଗୀର ବେଲଗାଁରେ ୩୬.୪, ହିନ୍ଦୋଳରେ ୩୪, ଲାଞ୍ଜିଗଡ଼ରେ ୨୮.୨, କର୍ଲାମୁଣ୍ଡାରେ ୨୩, ଆଠମଲ୍ଲିକରେ ୨୦, ଆସ୍କାରେ ୧୯ ଓ ନିମାପଡ଼ାରେ ୧୨.୪ ମିମି ବର୍ଷା ରେକର୍ଡ ହୋଇଛି ।

wp:embed {"url":"https://www.prameyanews7.com/pankaj-udhas-death-legendary-singer-no-more/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pankaj-udhas-death-legendary-singer-no-more/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.