ପାଣିପାଗ ବିଭାଗର ସୂଚନା- ୧୮ଟି ଜିଲ୍ଲାରେ ବିଜୁଳି ଏବଂ ଘଡଘଡି ସହ ବର୍ଷା ହେବାର ସମ୍ଭାବନା
6/05/2020 at 5:38 PM

ଭୁବନେଶ୍ବର୬/୫: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା। କନ୍ଧମାଳ, ଗଞ୍ଜାମ, କଟକ, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ମୟୁରଭଞ୍ଜ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡା, ବୌଦ୍ଧ, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ସେହିଭଳି ବୁଧବାର ଭୁବନେଶ୍ବର ଏବଂ ଜଗତସିଂହପପୁର ସମେତ କିଛି ଜିଲ୍ଲାରେ ବର୍ଷା ହୋଇଛି। ଏହାସହ କିଛି ଦିନ ହେବ ବିଭିନ୍ନ ଜିଲ୍ଲାରେ ବଜ୍ରାଘାତରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ତେବେ ସୋନପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି। ଗତକାଲି ବିଲମ୍ବିତ ରାତି ଠାରୁ ଏହି ଜିଲ୍ଲାରେ ବର୍ଷା ଜାରି ରହିଛି। ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ଏବଂ ଘୂର୍ଣ୍ଣିଝଡ଼ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଗତକାଲି ବଜ୍ରାଘାତରେ ବ୍ରହ୍ମପୁର ଟାଟା କଲୋନୀ ଅଞ୍ଚଳର ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ସୁବାଷ ଚନ୍ଦ୍ର ସାହୁ ତାଙ୍କର ବୟସ ୬୮ ବର୍ଷ।