ଦିଲ୍ଲୀ ଓ NCRରେ ଭୀଷଣ ବର୍ଷା, IGI ବିମାନ ବନ୍ଦରରୁ ଅନେକ ଉଡାଣ ବାଧିତ

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ ୨୭।୧୧: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ସୋମବାର ଅପରାହ୍ନରୁ ପାଗ ବଦଳି ଯାଇଛି। ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି ରହିଛି। ଫଳରେ ଦିଲ୍ଲୀର ବାୟୁମାନରେ ସୁଧାର ଆସିଥିବା ବେଳେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ତେବେ ଏହା ପୂର୍ବରୁ ସକାଳେ ପବନ ନ ଚାଲିବା ଓ ବାଦଲ ଢାଙ୍କି ହୋଇ ରହିବା ଯୋଗୁ ବାୟୁମାନ ଗୁରୁତର ଶ୍ରେଣୀକୁ ପହଞ୍ଚିଥିଲା। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲେ।

wp:html /wp:html

ତେବେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବା ପରେ ଥଣ୍ଡା ବଢି ଯାଇଛି। କେବଳ ଏତିକି ନୁହେଁ ବର୍ଷା କ୍ରମଶଃ ତୀବ୍ର ରୂପ ଧାରଣ କରିବାରୁ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)  ଅନେକ ବିମାନ ଡାଇଭର୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ଗୌହାଟୀରୁ ଦିଲ୍ଲୀ ଯାଉଥିବା ଭିସ୍ତାରାର ଉଡାଣ ୟୁ-୭୪୨କୁ ଖରାପ ପାଗ ଯୋଗୁ ଜୟପୁର ଦିଗକୁ ମୋଡି ଦିଆଯାଇଛି। ସେହିପରି କୋଲକାତାରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଉଡାଣ ୟୁ-୭୭୮କୁ ମଧ୍ୟ ଲକ୍ଷ୍ନୌ ଆଡକୁ ବୁଲାଇ ଦିଆଯାଇଛି।

ଇଣ୍ଡିଗୋ ମଧ୍ୟ ଏକ ଆଡଭାଇଜରୀ ଜାରି କରି ଭୀଷଣ ବର୍ଷା ଯୋଗୁ ଦିଲ୍ଲୀରେ ଉଡାଣ ସଞ୍ଚାଳନ ପ୍ରଭାବିତ ହୋଇଥିବା ସୂଚିତ କରିଛି। ସେହିପରି ସ୍ପାଇସ୍ ଜେଟ୍ ମଧ୍ୟ ଯାତ୍ରୀଙ୍କ ନିମନ୍ତେ ଏକ ସତର୍କତା ଜାରି କରି ଦିଲ୍ଲୀ ବିମାନ ବନ୍ଦରରେ ସମସ୍ତ ଆଗମନ ଓ ପ୍ରସ୍ଥାନ ପ୍ରଭାବିତ ହୋଇପାରେ ବୋଲି ସୂଚିତ କରିଛି। ତେବେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ବୈଜ୍ଞାନିକ ଆର.କେ.ଜେନାମଣି ୱେଷ୍ଟର୍ଣ୍ଣ ଡିଷ୍ଟରଭାନ୍ସ ଯୋଗୁ ଦିଲ୍ଲୀ ଆକାଶରେ ବାଦଲ ଛାଇ ରହିବା ସହିତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲେ। ଦିଲ୍ଲୀରେ ମଙ୍ଗଳବାର ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ସେ ସୂଚିତ କରିଛନ୍ତି।

wp:html /wp:html

ଏଥିରେ ଦିଲ୍ଲୀର ଗତ ୨୪ ଘଣ୍ଟାରେ ବାୟୁଗୁଣମାନ ସୂଚକାଙ୍କ (ଏକ୍ୟୁଆଇ)  ୩୯୫ ଥିବା ଜଣାପଡିଛି। ଶୁନରୁ ୫୦ ପର୍ଯ୍ୟନ୍ତ ଏକ୍ୟୁଆଇକୁ ଉତ୍ତମ କୁହାଯାଉଥିବା ବେଳେ ୫୧ରୁ ୧୦୦କୁ ସନ୍ତୋଷଜନକ,୧୦୧ରୁ ୨୦୦କୁ ମଧ୍ୟମ, ୨୦୧ରୁ ୩୦୧କୁ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବାୟୁଗୁଣମାନକୁ ଅତ୍ୟନ୍ତ ଖରାପ ମନେ କରାଯାଏ। ଜାତୀୟ ରାଜଧାନୀରେ ସୋମବାର ହ୍ୟୁମିଡିଟି ସ୍ତର ୬୧ ପ୍ରତିଶତରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।  

ଶିବନଗରୀରେ ଜୟ ଶ୍ରୀରାମ…୧୨ ଲକ୍ଷ ଦୀପରେ ଚମକିଲା କାଶୀର ୮୫ ଘାଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.