ବଦଳିବ ପାଗ- ଜାଣନ୍ତୁ କେଉଁ ଜିଲ୍ଲା ପାଇଁ ଜାରି କରାଯାଇଛି ୟେଲୋ ଓ୍ୱାର୍ଣ୍ଣିଂ

Published By : Prameya-News7 Bureau | February 09, 2020 IST

ଭୁବନେଶ୍ୱର ୦୯।୦୨ - ପାଗର ବଦଳିବ। ସୋମବାର ଠାରୁ ବଦଳିଯିବ ପାଗ। ବର୍ଷା ଛାଡିବା ସହ  ରାଜ୍ୟରେ ଶୀତ ବଢିବା  ଓ ଘନ କୁହୁଡି ହେବା  ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

{"id":222487,"sizeSlug":"large"}

ବର୍ଷା କମିବ  ଶୀତ ବଢିବ।  ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ଓ  ଝିପିଝିପି  ଲାଗି ରହିବା ପରେ ପାଗରେ  ପରିବତ୍ର୍ତନ ହେବା ନେଇ ଆକଳନ କରିଛି  ଭାରତୀୟ ପାଣିପାଗ ବିଭାଗ ।ପଶ୍ଚିମ ବଙ୍ଗ ଓ  ସହ ହିମାଳୟରେ ସୃଷ୍ଟି ଘୂର୍ଣ୍ଣୀବଳୟ ପ୍ରଭାବରେ ରାଜ୍ୟର ବ​ କିଛି  ସ୍ଥାନରେ   ଝିପିଝିପି ବର୍ଷା ଲାଗି ରହିଥିଲା। ସପ୍ତାହକ ପଯ୍ୟନ୍ତ  ପାରଦ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମ ରହିବ। ଫଳରେ   ଦିନରେ ଶୀତ ଅନୁଭୁତ ହେବ।ରାଜ୍ୟର ବିଭିନ୍ନ ଜିଲ୍ଲାରେ  ରବିବାରରେ ମଧ୍ୟ  ସ୍ବଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇଛି। ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳରେ ସ୍ବଳ୍ପ ଧରଣର ବ​ର୍ଷା ହୋଇଛି।  ।

{"id":222488,"sizeSlug":"large"}

ଆସନ୍ତା ୨୪ ଘଣ୍ଟା ଯାଏଁ ସୋନପୁର, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି।ସୋମବାରଠାରୁ ବର୍ଷା ଛାଡ଼ିଲା ପରେ କିଛି ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ।।

{"id":222489,"sizeSlug":"large"}

ସୁନ୍ଦରଗଡ଼, ସୋନପୁର ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ ଓ କଟକର  ଘନ କୁହୁଡି ଦେଖା ଯିବା ସମ୍ଭାବନା ରହିଛି।   କୋହଲା ପାଗ ଓ ଝିପି ଝିପି ବ​ର୍ଷା ଫଳରେ  ରବି ଫସଲ ଉପରେ ପ୍ରଭାବ ପଡିବ। 

{"id":222490,"sizeSlug":"large"}

  ମୁଗ, ବିରି  ସୋରିଷ,  ଚିନାବାଦାମ, ଫୁଲକୋବି , ବନ୍ଧାକୋବି,,  ଫୁଲ,   ପନି ପରିବା ଚାଷ ଉପରେ  ପ୍ରଭାବିତ ହେବ।  ବିଶେଷ କରି  ଫସଲରେ   ଝାଉଁଳା, ପାଉଁଶିଆ,  ରୋଗ ପୋକ ବ୍ୟାପିବା  ସମ୍ଭାବନା  ରହିଛି। ଫଳ​‌ରେ ଚାଷୀ ମାନଙ୍କୁ ଅଧିକ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି କୃଷି ପାଣିପାଗ ବିଶାରଦ।

{"id":222491,"sizeSlug":"large"}

ବ​ର୍ଷା ଛାଡିବା ପରେ ବିଶେଷ କରି   ଅନୁଗୋଳ, କନ୍ଧମାଳ,  ଢେଙ୍କାନାଳ, ସୋନପୁର, ମୟୂରଭଂଜ ବାଲେଶ୍ବରରେ   ଶୀତ ଅନୁଭୁତ ହେବ ନେଇ ଭୁବନେଶ୍ବର  ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

{"id":222494,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.