ଆହୁରି ଦୁଇ ଦିନ ଶୀତ ରହିବ, ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

Published By : Prameya-News7 Bureau | December 17, 2022 IST

ଭୁବନେଶ୍ୱର୧୭।୧୨ : ରାଜ୍ୟରେ ଶୀତର ପ୍ରକୋପ ପୁଣି ଅନୁଭୂତ ହୋଇଛି । ରାତି ତାପମାତ୍ରା କମିବା ସହ ଶୀତ ବଢ଼ିଛି । ଆଗକୁ ଆଉ ଦୁଇ ଦିନ ଶୀତ ଅଧିକ ରହିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗୁରୁବାର ରାତିରେ ଜି. ଉଦୟଗିରିରେ ୧୨.୨ ଡିଗ୍ରୀ ରେକର୍ଡ ହୋଇଛି । ଏହା ରାଜ୍ୟରେ ସବୁଠୁ କମ୍‌ ତାପମାତ୍ରା । ରାଜ୍ୟର ଆହୁରି ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଛି । ୨୧ରୁ ରାତି ତାପମାତ୍ରା ପୁଣି ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ୧୬ ଓ ୧୭ ଦୁଇ ଦିନ ରାତି ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ରାତି ତାପମାତ୍ରା ପ୍ରାୟ ୨.୫ରୁ ୩ ଡିଗ୍ରୀ କମିବ । ୧୯ ଯାଏ ଅଧିକ ଶୀତ ଅନୁଭୂତ ହେବ । ତା ପରେ ପୁଣି ରାତି ତାପମାତ୍ରା ବଢ଼ିବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଶୀତ କମିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ଦୁଇ ଦିନ ଭିତରେ ଶୀତ ୩ ଡିଗ୍ରୀ କମିବ । ୧୯ ତାରିଖଠାରୁ ଶୀତ କ୍ରମଶଃ ବଢ଼ିବ । କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୧୭ରୁ ରାତି ତାପମାତ୍ରା ବଢ଼ିବ । ଦିନ ସମୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେପଟେ କିରେଇରେ ରାତି ତାପମାତ୍ରା ୧୨.୨, କେନ୍ଦୁଝରରେ ୧୩.୪, ସୁନ୍ଦରଗଡ଼ରେ ୧୪, ସିମିଳିଗୁଡ଼ାରେ ୧୪, ଝାରସୁଗୁଡ଼ାରେ ୧୪.୨, ବାରିପଦାରେ ୧୪.୪, ଦାରିଙ୍ଗିବାଡିରେ ୧୪.୫, ଫୁଲବାଣୀରେ ୧୪.୫, ବାଲେଶ୍ୱରରେ ୧୪.୫ ଓ କୋରାପୁଟରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.