ରଜ ମହୋତ୍ସବରେ ଅଭାବନୀୟ ଘଟଣା, ଓଡ଼ିଶୀ ନୃତ୍ୟ ଅଧାରେ ଚାଲିଲା ଅଶ୍ଳୀଳ ନାଚ
19/06/2023 at 1:21 PM

ବାଙ୍କୀ ୧୯/୦୬: ରଜ ମହୋତ୍ସବରେ ହେଲେ ଅଶ୍ଳୀଳ ନୃତ୍ୟ । ଯାହାକୁ ନେଇ ଦେଖିବାକୁ ମିଳିଥିଲା ବିରୋଧ । ଓଡ଼ିଶୀ ନାଚ ଚାଲିଥିବାବେଳେ ଚାଲିଥିଲା ଲଙ୍ଗଳା ନାଚ । ଫଳରେ ଅଧାରୁ ବନ୍ଦ କରାଯାଇଥିଲା ନାଚ । ବାଙ୍କୀ ହାଟ ପଡ଼ିଆରେ ନଜର ଆସିଥିଲା ଏଭଳି ଘଟଣା ।
ସୂଚନା ଥାଉକି, ଏଠାରେ ପାଞ୍ଚଦିନ ଚାଲିଥିଲା ରଜ ମହୋତ୍ସବ । ରବିବାର ରଜ ମହୋତ୍ସବର ଥିଲା ଶେଷ ସନ୍ଧ୍ୟା । ଆଉ ଶେଷ ସନ୍ଧ୍ୟାରେ ପରିବେଷଣ ହେଉଥିଲା ଓଡ଼ିଶୀ ନୃତ୍ୟ । ହେଲେ ଓଡ଼ିଶୀ ନସରୁଣୁ ଚାଲିଥିଲା ଅଶ୍ଳୀଳ ନାଚ ପରିବେଷଣ । ଫଳରେ ସେଠାରେ ଉପସ୍ଥିତ ଦର୍ଶକ ତଥା ଓଡ଼ିଶୀ ନୃତ୍ୟ କରିବାକୁ ଆସିଥିବା କିଛି କଳାକାର ଅସନ୍ତୋଷ ପ୍ରକାଶ କରିଥିଲେ । କିଛି ସମୟ ସେଠାରେ ପାଟିତୁଣ୍ଡ ହୋଇଥିଲା । ଫଳରେ ସେ ନାଚକୁ ବନ୍ଦ କରାଯାଇଥିଲା ।
you can also read..
Related Posts
ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍, ୬ ଗୁରୁତର
1 December 2023
ଅଧା ରହିଗଲା ତାରିଣୀ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୭ ଜୀବନ
1 December 2023