ଦିଲ୍ଲୀରେ ରିୟରସିଟ୍ ବେଲ୍ଟ ପିନ୍ଧିବା ହେଲା ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ଗଣିବେ ଜରିମନା

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ ୧୫।୯: ଏବେ କାରର ପଛ ସିଟ୍‌ରେ ବସିଲେବି ସିଟ୍‌ ବେଲ୍ଟ ପିନ୍ଧି ବସିବାକୁ ହେବ, ନଚେତ ଟ୍ରାଫିକ ଫାଇନର ସମ୍ମୁଖୀନ ହେବାକୁ ହେବ। ଦିଲ୍ଲୀ ଟ୍ରାଫିକ ପୋଲିସ  ସଡ଼କ ସୁରକ୍ଷା ପ୍ରୟାସକୁ ଦ୍ରୁତ କରିବା ସହ ଅଭିଯାନ ଆରମ୍ଭ କରିଛି। ଏଥିରେ କାର ପଛସିଟ୍‌ରେ ବସିଲେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମନା ହୋଇପାରେ।

ବିଶେଷ ଅଭିଯାନର ପ୍ରଥମ ଦିନ ଦିଲ୍ଲୀର କନ୍ନଟ ପ୍ଲେସ୍ ନିକଟସ୍ଥ ବାରାଖମ୍ବା ରୋଡରେ ଚେକିଙ୍ଗ କରାଯାଇଥିଲା।  ମୋଟର ବାହାନ ଅଧିନିୟମ ଧାରା ୧୯୪-ବିରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚରେ ମୋଟ ୧୭ଟି ଚାଲାଣ କଟିଥିବା ବେଳେ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମନା କରାଯାଇଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

{"id":684417,"width":840,"height":473,"sizeSlug":"full","linkDestination":"none"}

ଟାଟା ସନ୍ସଙ୍କ ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ପାଲଘର ଦୁର୍ଘଟଣାରେ ମୃତ୍ୟୁ ପରେ ଦିଲ୍ଲୀରେ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀ ପୋଲିସ ଗତ ସପ୍ତାହରୁ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ଓ ଦ୍ରୁତ ବେଗରେ ଗାଡ଼ି ନ ଚଳାଇବାକୁ ନିବେଦନ କରିଥିଲା।

ଗତବର୍ଷ ଅର୍ଥାତ ୨୦୨୧ ମସିହାରେ ଚାଳକ ଓ ଯାତ୍ରୀଙ୍କ ଅବହେଳା ଯୋଗୁ ହୋଇଥିବା ଦୁର୍ଘଟଣାରେ ୧ହଜାର ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଦିଲ୍ଲୀ ଟ୍ରାଫିକ ପୋଲିସ ଗତବର୍ଷ କାରରେ ସିଟ୍ ବେଲ୍ଟ ନ ପିନ୍ଧି ବାହନ ଚଳାଇବା,ଅନୁଚିତ ପାର୍କିଂ, ଟ୍ରାଫିକ ସିଗ୍ନାଲ ଅବମାନନା ଓ ଦ୍ରୁତଗତିରେ ବାହନ ଚଳାଇବା ଲାଗି ୧.୨ କୋଟି ଟଙ୍କାର ଜରିମନା ଆଦାୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.