ଆଇନଜୀବୀ ବିବାଦ : ହାଇକୋର୍ଟ ପରିସରରୁ ମିଳିଲା ମାରଣାସ୍ତ୍ର, ଯୁବକ ଅଟକ

Published By : Prameya-News7 Bureau | October 29, 2018 IST

କଟକ ୨୯|୧୦: ହାଇକୋର୍ଟରେ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଆଇନଜୀବୀଙ୍କୁ ଆନ୍ଦୋଳନରତ ଓକିଲଙ୍କ ବିରୋଧ ଯୋଗୁଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ହାଇକୋର୍ଟରେ ମୁତୟନ ରହିଛନ୍ତି । ଏହା ସତ୍ତ୍ବେ ମଧ୍ୟ ପରିସ୍ଥିତି ଅଣାୟତକୁ ଯାଇଥିଲା । ଆଇନଜୀବୀ ବିବାଦ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ହାଇକୋର୍ଟ ପରିସରରୁ ମିଳିଛି ମାରଣାସ୍ତ୍ର । ମାରମାସ୍ତ୍ର ନେଇ ହାଇକୋର୍ଟକୁ ପସିଥିଲେ ଦୁର୍ବୃତ୍ତମାନେ । ମାରଣାସ୍ତ୍ର ସହ ଯୁବକଙ୍କୁ ଅଟକ ରଖିଥିଲେ ଆଇନଜୀବୀ । ସଂପୃକ୍ତ ଯୁବକଙ୍କୁ କାବୁ କରିନେଲା  ପୋଲିସ । ହାଇକୋର୍ଟ ପରିସରରେ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଆଇନଜୀବୀଙ୍କୁ ଆନ୍ଦୋଳନରତ ଓକିଲଙ୍କ ବିରୋଧ ଯୋଗୁଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ ଆହତ ହୋଇଛନ୍ତି । କଟକ ଲାଲବାଗ୍ ଥାନାରେ ଏ ନେଇ ଫେରାଦ ହୋଇଛନ୍ତି ଆଇନଜୀବୀ । କୋର୍ଟ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଆଡଭୋକେଟ୍ ଜେନେରାଲଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମଧ୍ୟ କିଛି ଆଇନଜୀବୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଆଡଭୋକେଟ୍ ଜେନେରାଲଙ୍କ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.