ସ୍ଥିତି ସମୀକ୍ଷା କଲେ ମମତା ବାନାର୍ଜୀ, ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା
3/06/2023 at 2:07 PM

ବାଲେଶ୍ୱର ୦୩/୦୬: ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣା ସ୍ଥଳ ବୁଲିବା ସହ ପରିସ୍ଥିତି କଣ ଦେଖିଥିଲେ । ପୂର୍ବତନ ରେଳମନ୍ତ୍ରୀ ମମତା ବାନାର୍ଜୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
यह अब तक का सबसे बड़ा रेल हादसा है। ऐसा ही हादसा 1981 में भी हुआ था। इस ट्रेन में एंटी कोलिशन डिवाइस नहीं था, अगर वह होता तो यह हादसा नहीं होता। हमारे राज्य के जिन लोगों की इस हादसे में मृत्यु हो गई उनके परिजनों को हम 5-5 लाख रुपए देंगे। हम राहत और बचाव कार्य में राज्य सरकार और… pic.twitter.com/Dmc03Gw0OO
— ANI_HindiNews (@AHindinews) June 3, 2023
ସେ କହିଛନ୍ତି ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦୁର୍ଘଟଣା । ୧୯୮୧ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏହି ଟ୍ରେନରେ କୌଣସି ଆଣ୍ଟି କୋଲିସନ ଡିଭାଇସ୍ ନଥିଲା । ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା । ଯଦି ଏହା ଥାଆନ୍ତା ତେବେ ହୁଏତ ଦୁର୍ଘଟଣାରୁ ବର୍ତ୍ତିଯାଇଥାଆନ୍ତା । ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ।
କାରଣ ମୃତକଙ୍କ ମଧ୍ୟରେ ପଶ୍ଚିମ ବଙ୍ଗର ଅନେକ ବାସିନ୍ଦା । ରେଳବିଭାଗ ୧୦ ଲକ୍ଷା ଟଙ୍କା ଦେଇଥିବାବେଳେ ଆମେ ୫ ଲକ୍ଷ ଲେଖାଏଁ ସହାୟତା କରିବୁ । ଏହାସହ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଆମେ ଓଡ଼ିଶା ସରକାର ଏବଂ ରେଳବାଇକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ।